ହାଇକୋର୍ଟରେ ଆଜି ପୁଣି ବସିଲା ଫୁଲ ବେଞ୍ଚ : ଅଦାଲତ ଅବମାନନା ନେଇ ହେବ ଶୁଣାଣି, ୧୩୬ ପକ୍ଷକୁ ହୋଇଥିଲା ନୋଟିସ୍

319
କନକ ବ୍ୟୁରୋ : ହାଇକୋର୍ଟରେ ପୁଣି ବସିଲା ଫୁଲ ବେଂଚ । ଅଦାଲତ ଅବମାନନା ନେଇ ମାମଲାର ହେଲା ଶୁଣାଣି । ପୂର୍ବରୁ ଜାରି ହୋଇଥିବା ନୋଟିସର ଉତର ରଖିବାକୁ ହାଜର ହୋଇ ୪ ସପ୍ତାହ ସମୟ ମାଗିଲେ ବାରଆସୋସିଏସନ ଓ ଅନ୍ୟ ପକ୍ଷ  । ପ୍ରତିପକ୍ଷଙ୍କୁ ଆବେଦନକୁ ଗ୍ରହଣ କରିବା ସହ ପରବର୍ତ୍ତି ଶୁଣାଣି ଆସନ୍ତା ନଭେମ୍ବର ୪ତାରିଖରେ କରିବାକୁ ନିଷ୍ପତି ନେଇଛନ୍ତି ବେଂଚ  ।
କଲେଜିୟମ ନିଷ୍ପତି ବିରୋଧକୁ ଅଦାଲତ ଅବମାନନା ଭାବେ ବିଚାରକୁ ନେଇ  ହାଇକୋର୍ଟ ପୂର୍ଣ୍ଣ ବେଂଚ ରାଜ୍ୟର ସବୁ ବାର ଆସୋସିଏସନ ସମେତ ୧୩୬ଟି ପକ୍ଷକୁ ନୋଟିସ ଜାରି କରିଥିଲେ  । ତେବେ ଆନ୍ଦୋଳନରତ ଆଇନଜୀବୀଙ୍କ ବିରୋଧରେ  ଅଦାଲତ ଅବମାନନା ନୋଟିସ କରିବା ପରେ ଏହାକୁ ଖାରଜ କରିବାକୁ ଦାବି କରିଥିଲେ ଆଇନଜୀବୀ ।
ହାଇକୋର୍ଟ ବାର ଆସୋସିଏସନର କାର୍ଯ୍ୟବନ୍ଦ ଆନ୍ଦୋଳନକୁ ରାଜ୍ୟର ୧୦୬ଟି ବାର୍ ଆସୋସିଏସନ୍ ସମର୍ଥନ ଜଣାଇଛନ୍ତି । କଲେଜିୟମ ନିଷ୍ପତ୍ତିକୁ ବିରୋଧ କରି  ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଡାକରା ଦିଆଯାଇଥିଲା ।