ଲିଫ୍ଟ ଭିତରେ ଲଜ୍ଜା ! ସରକାରୀ ଓକିଲଙ୍କ ନାଁରେ ସାଂଘାତିକ ଅଭିଯୋଗ

24

କନକ ବ୍ୟୁରୋ : ହାଇକୋର୍ଟର ଲିଫ୍ଟ ଭିତରେ ମହିଳା ଇନ୍ସପେକ୍ଟରଙ୍କୁ ଅସଦାଚରଣ । ଆଇନଜୀବୀଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଛନ୍ତି ମହିଳା ପୁଲିସ୍ ଅଫିସର୍ । ଦୁଇଜଣ ସରକାରୀ ଓକିଲଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ପୀଡିତାଙ୍କ ଏତଲା ଅନୁଯାୟୀ, ଜଣେ ସରକାରୀ ଓକିଲ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ ଆଉ ଅନ୍ୟମାନେ ତାଙ୍କୁ ଚୁପ୍ ହେବାକୁ ଚେତାବନୀ ଦେଉଥିଲେ ।

୭ତାରିଖ ଦିନ ଏହି ଘଟଣା ଘଟିବା ପରେ ନ୍ୟାୟ ପାଇଁ ପୀଡିତା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେପଟେ ଗତକାଲି ପୀଡିତାଙ୍କ ବୟାନ ରେକର୍ଡ ସହ କଟକ ପୁଲିସ୍ ଦୁଇଜଣ ଓକିଲଙ୍କୁ ଚିହ୍ନଟ କରିଛି । ସେପଟେ ଏହା ଏକ ମିଛ ଘଟଣା ବୋଲି କହିଛି ହାଇକୋର୍ଟ ବାର୍ ଆସୋସିଏସନ୍ । ଏପରିକି ଏହା ଉଦ୍ଦେଶ୍ୟମୂଳ ଅଭିଯୋଗ ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ।

ଲିଫ୍ଟ ଭିତରେ ଲଜ୍ଜା । ପୁଲିସ୍ ବନିଲେ ପୀଡିତା । ଅଫିସର ବନିଲେ ଅଭିଯୋଗକାରିଣୀ । ଏ ଏମିତି ଏକ ଘଟଣା, ଯାହା ନାରୀ ସୁରକ୍ଷା ଉପରେ ଲଗାଇଛି ପ୍ରଶ୍ନବାଚୀ । ଯେଉଁଠି ନ୍ୟାୟ ଦେବାକୁ ନ୍ୟାୟ ଦେବାକୁ ସଂକଳ୍ପ କରିଥିବା ନାରୀ ବନି ଯାଇଛି ନର୍ଯ୍ୟାତିତା ।