୧୦ ବର୍ଷ ଜେଲ ଦଣ୍ଡ ଭୋଗିସାରିବା ପରେ ବିଦେଶୀ ମହିଳାଙ୍କୁ ଅପରାଧମୁକ୍ତ କଲା କୋର୍ଟ : ଭାରତୀୟ ନ୍ୟାୟପାଳିକା ଉପରେ ଉଠିଲା ପ୍ରଶ୍ନ

୧୦ ବର୍ଷ ଜେଲ ଦଣ୍ଡ ଭୋଗିସାରିବା ପରେ ଅପରାଧମୁକ୍ତ ହେଲେ ବିଦେଶୀ ମହିଳା

89

ଗଂଜେଇ ରଖିବା ଅଭିଯୋଗରେ ୧୦ ବର୍ଷର ଜେଲ୍ ଦଣ୍ଡ ବିତାଇବା ପରେ ଜଣେ ମହିଳାଙ୍କୁ ଗତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟ ସମସ୍ତ ଅପରାଧରୁ ମୁକ୍ତ କଲେ । ଏନାବେଲ ଏନାଲିସ୍ତା ମାଲିବାଗୋ ନାମକ ଏହି ବିଦେଶୀ ମହିଳା ନିଜ ଦଣ୍ଡବିଧାନକୁ ଟାର୍ଗେଟ ଦେଇଥିଲେ । ହାଇକୋର୍ଟର ନିଷ୍ପତ୍ତି ପରେ ମହିଳାଙ୍କୁ ଆଶ୍ୱସ୍ତି ମିଳିଛି ସତ ହେଲେ ଏତେ ବିଳମ୍ବରେ ଯେ ବିଳମ୍ବିତ ନ୍ୟାୟ ପ୍ରକ୍ରିୟା ଉପରେ ପୁଣି ପ୍ରଶ୍ନ ଉଠିଛି । ଏମିତି ବିଳମ୍ବ କାରଣରୁ ଖାଲି ଟାରେ ଆରୋପିଙ୍କୁ ଜେଲ୍ ରେ ଅନେକ ବର୍ଷ ବିତାଇବାକୁ ପଡେ ।

ସୂଚନାଯୋଗ୍ୟ, ଏନାବେଲଙ୍କୁ ୧୫ ଅକ୍ଟୋବର ୨୦୦୮ରେ ଗିରଫ କରାଯାଇଥିଲା । ଡାଇରେକ୍ଟର ଅଫ୍ ରେଭେନ୍ୟୁ ଇଟେଂଲିଜେନ୍ସ ର ଏକ ଟିମ୍ ସ୍ୱିଶ ଜେଟ୍ ର ଏକ ଫ୍ଲାଇଟ୍ ର ଚେକ୍-ଇନ୍ କାଉଣ୍ଟରରେ ତାଙ୍କୁ ଧରିଥିଲେ । ଅଭିଯୋଜନ ପକ୍ଷ ଏହା ଅଭିଯୋଗ କରିଥିଲେ କି, ଛାନଭିନରେ ତାଙ୍କ ଟ୍ରଲି ବ୍ୟାଗରୁ ୧.୨୪ କିଲୋ ଗଂଜେଇ ଜବତ ହୋଇଥିଲା । ରେକର୍ଡସ ମୁତାବକ, ଗିରଫ ପରେ ମହିଳାଙ୍କୁ ଟ୍ରାଏଲ ର ସାମନା କରିବାକୁ ପଡିଥିଲା, ଯେଉଁଥିରେ ସେ ୨୦୧୪ରେ ଦୋଷୀ ସାବ୍ୟସ୍ତ ହେଲେ ଓ ତାଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ମିଳିଲା । ସେ ପର୍ଯ୍ୟନ୍ତ ସେ ଜେଲ୍ ରେ ୫ ବର୍ଷ ଓ ୫ ମାସ ସମୟ ବିତାଇ ସାରିଥିଲେ । ସେଇଠି ଏନାବେଲ ନିଜ ଓକିଲ ଜରିଆରେ ଦିଲ୍ଲୀ ହାଇକୋର୍ଟରେ ଅପିଲ କଲେ । ଲିଖିତ ଅଭିଯୋଗ ଆଧାରରେ ତାଙ୍କ ବିରୁଦ୍ଧରେ ଅପରାଧିକ କାର୍ଯ୍ୟବାହୀ ଆରମ୍ଭ କରାଯାଇଥିଲା । ଯଦ୍ୱାରା ହାଇକୋର୍ଟ ତଳ ଅଦାଲତର ଫଇସଲାକୁ ବଦଳାଇଦେଲା ।

ଜଣାଇରଖୁଛୁ ଯେ, ଭାରତୀୟ ଅଦାଲତରେ କୋଟି କୋଟି ମାମଲା ପଡିରହିଥାଏ । ନିକଟରେ ସାମନାକୁ ଆସିଥିବା ଆକଳନ ମୁତାବକ ବିଚାରାଧିନ ମାମଲାର ସଂଖ୍ୟା ପାଖାପାଖି ୩.୩ କୋଟି । ଏହି କାରଣରୁ ବିଚାରାଧିନ ମାମଲାକୁ ଶେଷ କରିବା ପାଇଁ ନ୍ୟାୟପାଳିକାରେ କିଛି ପରିବର୍ତ୍ତନ ଦାବି କରାଯାଉଛି ।