ପାଣିପାଗ ବିଭାଗର ସୂଚନା, ଆଜିଠୁ ପ୍ରବଳ ଶୀତ : ୨ ଡିଗ୍ରୀ ଯାଏଁ ପାରଦ ଖସିବା ସମ୍ଭାବନା

27

କନକ ବ୍ୟୁରୋ : ଆଜିଠୁ ବଢିବ ଶୀତ । ରାଜ୍ୟର କିଛି ସ୍ଥାନରେ ୨ ଡିଗ୍ରୀ ଯାଏଁ ପାରଦ ଖସିବ । ଡିସେମ୍ବରର ଜାଡ ଅନୁଭୂତ ହେବ ନଭେମ୍ବରରେ । ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଥଣ୍ଡା ହେବ । ପଶ୍ଚିମ, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡିଶାରେ ବି ଥଣ୍ଡାର ମାତ୍ରା ବଢିବ । ପାଣିପାଗ ବିଭାଗ କହିଛି, କେନ୍ଦ୍ରୀୟ ଭାରତରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହେଉଛି ।

ଫଳରେ ସେଠାରୁ ଥଣ୍ଡା ପବନ ଓଡିଶା ଆଡକୁ ମାଡି ଆସିବ । ଦିନେ ଦୁଇଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରୁ ପଶ୍ଚିମା ବାୟୁ ଅପସରି ଯିବ । ଏହା ହଟିଯିବା ପରେ ଉତ୍ତର ଓ ଉତ୍ତର ପଶ୍ଟିମ ଦିଗରୁ ଥଣ୍ଡା ଓ ଶୁଷ୍କ ପବନ ଓଡିଶା ଭିତରକୁ ପ୍ରବେଶ କରିବ । ଯାହା ରାଜ୍ୟରେ ଶୀତ ଲହରୀକୁ ଆହୁରି ବଢାଇଦେବ ।