ରାଜ୍ୟରେ ଆହୁରି ଅଧିକ ଅନୁଭୂତ ହେବ ଶୀତ : ୪ଟି ସ୍ଥାନରେ ୧୦ ଡିଗ୍ରୀ ତଳକୁ ଖସିଲା ପାରଦ

30

କନକ ବ୍ୟୁରୋ : ବଢ଼ିଲା ଥଣ୍ଡା । ସାରା ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି । କମିବାରେ ଲାଗିଛି ବିଭିନ୍ନ ସ୍ଥାନର ସର୍ବନିମ୍ନ ତାପମାତ୍ର । ରାଜ୍ୟର ୪ଟି ସ୍ଥାନର ପାରଦ ୧୦ ଡିଗ୍ରୀ ତଳକୁ ଖସିଆସିଛି । ଫୁଲବାଣୀରେ ସର୍ବନିମ୍ନ ୭.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ୨୫ ତାରିଖ ପରେ ଏହା ଆହୁରି ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ସୂଚନା ଅନୁସାରେ ଚେନ୍ନାଇରେ କ୍ଲାଉଡମାସ୍ ଦୁର୍ବଳ ସ୍ଥିତିରେ ଥିବାରୁ ଆରବ ସାଗରରୁ ବହୁଥିବା ବାୟୁ ଦୁର୍ବଳ ହୋଇପଡିଛି । ଏହା ଫଳରେ ରାଜ୍ୟରେ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ଏହି ସୂଚନା ଦେଇଛନ୍ତି ଆଂଚଳିକ ପାଣିପାଗ କାର୍ଯ୍ୟାଳୟ ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ ।