ନକ୍ସଲଙ୍କ ଉପରେ ନଜର : କୋରାପୁଟ ସୀମାରେ ଜଙ୍ଗଲ ଭିତରେ ସୁରକ୍ଷାକର୍ମୀଙ୍କ କମ୍ବିଂ ଅପରେସନ୍, ଏସଓପି ପାଳନ ପାଇଁ ପୁଲିସର ପରାମର୍ଶ

25

କନକ ବ୍ୟୁରୋ : ଆନ୍ଧ୍ର-ଓଡିଶା ସୀମାନ୍ତରେ ମାଓବାଦୀଙ୍କ ଗତବିଧି ବଢିଯାଇଛି । ବିଶେଷକରି ଆନ୍ଧ୍ରରେ ଜଣେ ବିଧାୟକ ଓ ଜଣେ ପୂର୍ବତନ ବିଧାୟକଙ୍କୁ ମାଓବାଦୀଙ୍କ ହତ୍ୟା ପରେ ନେତା ଓ ଲୋକ ପ୍ରତିନିଧି ଭୟଭୀତ ହୋଇପଡିଛନ୍ତି । ଆଗକୁ ନିଜ ନିର୍ବାଚନଣ୍ଡଳୀରେ କିଭଳି ବୁଲିବେ ସେ ନେଇ ଚିନ୍ତା ଘାରିଛି । ଏପରି ସମୟରେ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଉ କେରାପୁଟକୁ ଲାଗିଥିବା ସୀମାରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । କୋରାପୁଟରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇଦିଆଯାଇଛି ।

 

ଆନ୍ଧ୍ରର ମାଓବାଦୀ ଓଡିଶା ଭିତରକୁ ପଶିଆସିଥିବାରୁ ହାଇଆଲର୍ଟ ଜାରି କରାଯାଇଛି । କମ୍ବିଂକୁ ଜୋରଦାର କରାଯିବା ସହ ସୁରକ୍ଷା ବଳୟକୁ ସତର୍କ କରିଦିଆଯାଇଛି । ଜୟପୁରକୁ ଛାଡିଦେଲେ କୋରାପୁଟର ୪ଟି ଅନ୍ୟ ନିର୍ବାଚନମଣ୍ଡଳୀ ମାଓପ୍ରବଣ ଅଂଚଳ ହୋଇଥିବା ଯୋଗୁଁ କମ୍ବିଂକୁ ଜୋରଦାର କରାଯାଇଛି । ନେତାମାନେ ମାଓପ୍ରବଣ ଅଂଚଳକୁ ଯିବା ପୂର୍ବରୁ ପୋଲିସକୁ ସୂଚନା ଦେବା ଓ ଅସୁବିଧା ସ୍ଥାନକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି । ପ୍ରଶ୍ନ ଉଠୁଛି, ନେତାମାନେ ଏହାକୁ ମାନିବେ କେତେ ।