ଚେନ୍ନାଇ ବିମାନବନ୍ଦରରେ ହାଇଜାକ୍ ଫୋନ୍ କଲ ପରେ ତନାଘନା ! ବିମାନ ଅପହରଣ ନେଇ ଗୁଇନ୍ଦା ସୂଚନା ପରେ ହାଇଆଲର୍ଟ

21

କନକ ବ୍ୟୁରୋ : ବିମାନ ଅପହରଣ ନେଇ ଗୁଇନ୍ଦା ସୂଚନା ପରେ ହାଇଆଲର୍ଟ । ମୁମ୍ବାଇ, ଚେନ୍ନାଇ ଏବଂ ହାଇଦ୍ରାବାଦ ବିମାନ ବନ୍ଦରରେ ହାଇଆଲର୍ଟ ଜାରି ହୋଇଛି । ଉଡାଣ ଭରିବାକୁ ଥିବା ବିମାନକୁ ଅପହରଣ କରିବାର ଗୁଇନ୍ଦା ସୂଚନା ମିଳିବା ପରେ ସୁରକ୍ଷା ଦୃଷ୍ଟିରୁ ଏଭଳି ଏକ ପଦକ୍ଷେପ ନିଆଯାଇଛି । ଏନେଇ ଆତଙ୍କବାଦୀ ସଂଗଠନ ୨୩ ଜଣ ସଦସ୍ୟକୁ ନେଇ ମାଷ୍ଟରପ୍ଲାନ କରୁଥିବା ସୂଚନା ମିଳିଛି । ସୂଚନା ମିଳିବା ପରେ ଏହି ୩ଟି ବିମାନବନ୍ଦରରେ ହାଇଆର୍ଲଟ ଜାରି କରାଯାଇଛି ।

ବିମାନବନ୍ଦର ସୁରକ୍ଷା ଅଧିକାରୀଙ୍କୁ ଜଣେ ମହିଳା ଇମେଲ ଯୋଗେ ଏହି ସୂଚନା ଦେଇଛନ୍ତି । ୬ଜଣ ଯୁବକ ବିମାନକୁ ହାଇଜାକ୍ କରିବା ନେଇ କଥାବାର୍ତ୍ତା ହେଉଥିବାବେଳେ ଜଣେ ମହିଳା ଏହା ଶୁଣିଥିଲେ । ଆଉ ଏ ବାବଦରେ ସେ ସୁରକ୍ଷା ଅଧିକାରୀଙ୍କୁ ଇମେଲ କରିଥିଲେ । ସୁରକ୍ଷା ଅଧିକାରୀ ଏହି ଇମେଲ ପାଇବା ପରେ ଗୁରୁତ୍ୱପୁର୍ଣ ବୈଠକ ଡାକିବା ସହ ବିମାନବନ୍ଦରରେ ହାଇଆଲର୍ଟ ଜାରି କରାଯାଇଛି ।