ହାଇଟେକ୍ ଜମି ଠକେଇ ମାମଲା: ବଳବତର ରହିଲା ତିରୁପତି ପାଣିଗ୍ରାହୀଙ୍କ ଜାମିନ

40

ସୁପ୍ରିମକୋର୍ଟରେ ହାଇଟେକ୍ ଜମି ଠକେଇ ମାମଲାରେ ବଳବତର ରହିବ ହାଇଟେକ୍ ଗ୍ରୁପ୍ ମୁଖ୍ୟ ତିରୁପତି ପାଣଗ୍ରାହୀଙ୍କ ଜାମିନ । ଆଜି ସୁପ୍ରିମକୋର୍ଟରେ ବକେୟା ୧୩ କୋଟି ୫ ଲକ୍ଷ ୪୯ ହଜାର ଟଙ୍କା ଦାଖଲ କରିଛନ୍ତି ତିରୁପତି । ୨୦୧୪ ଫେବୃଆରୀ ୨୧ରେ ଜେଲ୍ରେ ଥିବା ତିରୁପତିଙ୍କୁ ଜାମିନ ଲାଗି ୬୩ କୋଟି ୫୦ କୋଟି ଟଂକା ଜମା କରିବା ନିର୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୋର୍ଟରେ ୫ଟି କିସ୍ତିରେ ସମସ୍ତ ଟଙ୍କା ଦାଖଲ କରିଛନ୍ତି ହାଇଟେକ୍ ଗ୍ରୁପ୍ର ମୁଖ୍ୟ । ପ୍ରଥମ କିସ୍ତିରେ ସେ ୨୦ କୋଟି ଡିପୋଜିଟ୍ କରିଥିବା ବେଳେ ଦ୍ୱିତୀୟ କିସ୍ତିରେ ୧୮ କୋଟି, ତୃତୀୟ କିସ୍ତିରେ ୯ କୋଟି, ଚତୁର୍ଥ କିସ୍ତିରେ ୩ କୋଟି ୫୦ ଲକ୍ଷ ଟଙ୍କା କୋର୍ଟ ଦାଖଲ କରିଥିଲେ ତିରୁପତି । ବାକି ୧୩ କୋଟି ୫ ଲକ୍ଷ ୪୯ ହଜାର ଟଙ୍କା ଆଜି ଦାଖଲ କରିବା ପରେ ତାଙ୍କ ଜାମିନ ବଳବତର ରଖିଛନ୍ତି ସୁପ୍ରିମକୋର୍ଟ । ଆଜିର ଅର୍ଥ ଜମା ଉପରେ ତାଙ୍କ ଜାମିନ ନିର୍ଭର କରୁଥିଲା । ଘର ଓ ପ୍ଲଟ ଯୋଗାଇ ଦେବା ଆଳରେ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗରେ ୨୫ ଡିସେମ୍ବର ୨୦୧୨ରେ ତିରୁପତି ପାଣିଗ୍ରାହୀ ଓ ତାଙ୍କର ୨ ଜଣ ସହଯୋଗୀ ଙ୍କୁ ଗିରଫ କରାଯାଇଥିଲା ।