ଏହି ଅଭିନେତାମାନେ କରିଛନ୍ତି ସବୁଠାରୁ ଅଧିକ ଦୁଷ୍କର୍ମ ! କିନ୍ତୁ କାହାରି ବିରୋଧରେ ହୋଇନାହିଁ ଗୋଟିଏ ବି ମାମଲା

94

ସତୁରୀ ଓ ଅଶୀ ଦଶକର ଅଧିକାଂଶ ଫିଲ୍ମରେ ଧର୍ଷଣ ଦୃଶ୍ୟ ଦେଖିବାକୁ ମିଳୁଥିଲା । ଏହି ଦୃଶ୍ୟ ଗୁଡିକୁ ଫିଲ୍ମରେ ଦର୍ଶାଇ ନିର୍ଦ୍ଦେଶକମାନେ ଫିଲ୍ମକୁ ହିଟ କରିବା ପାଇଁ ଚେଷ୍ଟା କରୁଥିଲେ । କିନ୍ତୁ ସମୟ ସହିତ ସମାଜିକ ଦାୟିତ୍ୱବୋଧକୁ ବୁଝି ବର୍ତ୍ତମାନ ନିର୍ଦ୍ଦେଶକମାନେ ଏପରି ଦୃଶ୍ୟକୁ ଦୂରେଇ ଦେଇଛନ୍ତି । ଆଜି ଆପଣଙ୍କୁ ଏପରି କିଛି ଖଳନାୟକଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ଧର୍ଷଣ ଦୃଶ୍ୟ କରିବା ପାଇଁ ପରିଚିତ । ଏପରିକି ସେମାନେ ବାସ୍ତବ ଜୀବନରେ ଯେପରି ହୁଅନ୍ତୁ ନା କାହିଁକି ଲୋକମାନେ ତାଙ୍କୁ ସେମାନଙ୍କର ଫିଲ୍ମ ଚରିତ୍ର ରୂପେ ହିଁ ଜାଣିଥିଲେ ।

ପ୍ରେମ ଚୋପ୍ରା

ହିନ୍ଦୀ ସିନେମା ଜଗତର ମହାନ ଅଭିନେତା ପ୍ରେମ ଚୋପ୍ରା ତାଙ୍କ କ୍ୟାରିୟରରେ ପ୍ରାୟ ୩୨୦ ଫିଲ୍ମରେ କାମ କରିଛନ୍ତି । ଯେଉଁଥିରେ ସେ ୨୫୦ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ସବୁଠାରୁ ଅଧିକ ଧର୍ଷଣ କରିବାର ରେକର୍ଡ ପ୍ରେମ ଚୋପ୍ରାଙ୍କ ନାମରେ ରହିଛି । ଏମିତି ବି ସମୟ ଥିଲା ଯେଉଁଥିରେ ନିର୍ଦ୍ଦେଶକମାନେ ଧର୍ଷଣ ଦୃଶ୍ୟର ଡିମାଣ୍ଡକୁ ଦେଖି ତାଙ୍କୁ କାଷ୍ଟ କରାଉଥିଲା ।

ରଂଜିତ

ବଲିଉଡରେ ଖଳନାୟକ ଭାବେ ପରିଚୟ ସୃଷ୍ଟି କରିଥିବା ରଂଜିତ ଫିଲ୍ମରେ ଧର୍ଷଣକାରୀ ଦୃଶ୍ୟ ପାଇଁ ପରିଚିତ ଥିଲେ । ରଂଜିତ ୧୫୦ରୁ ଉଦ୍ଧ୍ୱର୍ ଫିଲ୍ମରେ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ଏପରି ଦୃଶ୍ୟ ପାଇଁ ତାଙ୍କ ଏକ ଖରାପ ଛବି ଲୋକଙ୍କ ମନରେ ସୃଷ୍ଟି ହୋଇଥିଲା ସେଥିପାଇଁ ରଂଜିତ ଯେଉଁ ସ୍ଥାନକୁ ଯାଉଥିଲେ ସେତେବେଳେ ମହିଳାମାନଙ୍କୁ ସେଠାକୁ ଯିବା ପାଇଁ ବାରଣ କରାଯାଉଥିଲା ।

ଡ୍ୟାନି ଡେଜୋଙ୍ଗପା

ଡ୍ୟାନି ଡେଜୋଙ୍ଗପା ନିଜ ଫିଲ୍ମ କ୍ୟାରିୟରରେ ୧୧୦ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ଏପରି ବି ସମୟ ଥିଲା ଯେତେବେଳେ ଡ୍ୟାନି, ରଂଜିତ ଏବଂ ପ୍ରେମ ଚୋପଡା ମିଳିତ ଭାବେ ଏପରି ଦୃଶ୍ୟରେ ନଜର ଆସିଥିଲେ ।

ଶକ୍ତି କପୁର

ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ମହାନ ଅଭିନେତା ଶକ୍ତି କପୁର ଲୋକମାନଙ୍କର ପସନ୍ଦର ଖଳନାୟକ ମଧ୍ୟରୁ ଜଣେ । ସେ ତାଙ୍କ କ୍ୟାରିୟରରେ ୪୦୦ରୁ ଅଧିକ ଫିଲ୍ମ କରିଛନ୍ତି ସେଥିମଧ୍ୟରୁ ସେ ୮୦ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି । ଏପରି ଏକ ଦୃଶ୍ୟ ପାଇଁ ଥରେ ତାଙ୍କ ମା ତାଙ୍କୁ ଚାପୁଡା ମଧ୍ୟ ମାରିଥିଲେ ।

ଗୁଲଶନ ଗ୍ରୋବର

ବଲିଉଡର ‘ବ୍ୟାଡମ୍ୟାନ’ ଗୁଲଶନ ଗ୍ରୋବରଙ୍କୁ ଖଳନାୟକ ଭୂମିକାରେ ଅଭିନୟ କରିବା ପାଇଁ ମଜା ଲାଗିଥାଏ । ଏଥିପାଇଁ ସେ ଅଧିକାଂଶ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ସେ ତାଙ୍କ କ୍ୟାରିୟରରେ ୨୨ରୁ ଅଧିକ ଧର୍ଷଣ ଦୃଶ୍ୟରେ ନଜର ଆସିଛନ୍ତି ।