ଭିତରକନିକାରେ ହେରନ୍ ଜାତୀୟ ପକ୍ଷୀଙ୍କ ସମୁହ ବସା ଓ ଅଣ୍ଡାଦାନ

93

ଭିତରକନିକା : ଭିତରକନିକାରେ ପକ୍ଷୀ ଗଣନା ଓ ବସା ଚିହ୍ନଟ ଶେଷ ହୋଇଛି । ଚଳିତ ବର୍ଷ ମୋଟ ୧ଲକ୍ଷ ୩ହଜାର ୮ଶହ ୫୩ଟି ପକ୍ଷୀ ଚିହ୍ନଟ କରାଯାଇଛି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଭିତରକନିକାରେ ୭ହଜାରରୁ ଅଧିକ ପକ୍ଷୀ ଭିଡ ଜମାଇଛନ୍ତି । ପୂର୍ବ ବର୍ଷ ୯୬ହଜାର ୪ଶହ ୩୭ଟି ପକ୍ଷୀ ଆସିଥିଲେ । ମୁଖ୍ୟତଃ ୧୦ଟି ପ୍ରଜାତିର ଦେଶୀୟ ପକ୍ଷୀ ଭିଡ ଜମାଇଛନ୍ତି ।  ଏହି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । ନ୍ୟୁଜ ସହିତ ଦେଖନ୍ତୁ ଏହି ଭିଡିଓ :