ନାୟକ ହେଲେ ଖଳନାୟକ : ଫିଲ୍ମ ତିଆରି କରିବାକୁ ରଚିଲେ ଅପହରଣର ନାଟକ

103

ରିଲ୍ ଲାଇଫ ଓ ରିୟଲ ଲାଇଫ ଭିତରେ ଅନେକ ଫରକ ଥାଏ । ରିଲରେ ଯେଉଁମାନେ ନାୟକ ସାଜିଥାନ୍ତି ରିୟଲରେ ବି ସେମାନେ ହିରୋ ପରି କାମ କରିଥାନ୍ତି ତାହା ସଂପୂର୍ଣ୍ଣ ଭୂଲ୍ । ନିଜର କାରନାମା ପାଇଁ ଅନେକ ନାୟକଙ୍କ ଖଳନାୟକ ଇମେଜ୍ ମିଡିଆରେ ହେଡଲାଇନ ହୋଇଥାଏ । ଆଉ ଏହାର ଅନେକ ନଜିର ଅତୀତରେ ଦେଖିବାକୁ ମିଳିଛି । କିନ୍ତୁ ଏ ଏମିତି ଜଣେ ନାୟକ ଯାହାଙ୍କ କାରନାମା ସିନେମାରେ ସାଜୁଥିବା ଖଳନାୟକଙ୍କୁ ମଧ୍ୟ ପଛରେ ପକାଇଦେବ ।

ଘଟଣାଟି ଘଟିଛି ବେଙ୍ଗାଲୁରୁରେ । ଆଉ ଏହି ଖଳନାୟକ ରୂପକ ନାୟକ ଜଣକ ହେଉଛନ୍ତି କନ୍ନଡ ଅଭିନେତା ମୁନିୟାପା । ନିଜର ଅଧା ଫିଲ୍ମକୁ ପୁରା କରିବା ପାଇଁ ମୁନିୟାପା ରଚିଥିଲେ ଅପହରଣର ନାଟକ । ଆଉ ଅପହରଣ କରିଥିଲେ କିର୍ଲୋସ୍କାର ଇଲେକ୍ଟ୍ରିକାଲ କଂପାନୀର ଏମଡି ବିନାୟକ ବାପତଙ୍କ ପୁଅ ଇଶାନଙ୍କୁ । ତେବେ ଘଟଣାଟି ଧରା ପଡିବା ପରେ ମୁନିୟାପା ଏବେ ନିଜ ସହଯୋଗୀଙ୍କ ସହ ଜେଲର କାଳକୋଠରୀରେ ଦିନ କାଟୁଛନ୍ତି । ଆଉ ଫିଲ୍ମ ରିଲିଜ ପୂର୍ବରୁ ନାୟକରୁ ଖଳନାୟକ ହୋଇଯାଇଛନ୍ତି ମୁନିୟାପା ।