ପୁରୀ ସତ୍ୟବାଦୀ ଠାରେ ପ୍ରତିଷ୍ଠା ହେବ ଓଡିଆ ବିଶ୍ୱବିଦ୍ୟାଳୟ, ପ୍ରଥମ ଐତିହ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତି

35

କନକ ବ୍ୟୁରୋ: ପ୍ରଥମ ଐତିହ୍ୟ କ୍ୟାବିନେଟରେ ୪ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ପୁରୀ ସତ୍ୟାବଦୀ ଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ଲାଗି ଐତିହ୍ୟ କ୍ୟାବିନେଟରେ ନିଷ୍ପତି । ଏହାସହ ଓଡିଆ କଳା, ସଂସ୍କୃତି ଓ ଶାସ୍ତ୍ରୀୟ ଓଡିଆ ଭାଷାର ରକ୍ଷଣାବେକ୍ଷଣ ତଥା ପ୍ରଚାର ପ୍ରସାର ନିମନ୍ତେ ଏକ ସଂସ୍କୃତି ଓ ଐତିହ୍ୟ ନୀତି ପ୍ରଣୟନର ଆବଶ୍ୟକତା ଉପଲବ୍ଧ କରାଯାଇ ‘ଓଡିଆ ସଂସ୍କୃତି ଓ ଐତିହ୍ୟ ନୀତି’ ପ୍ରଣୟନ କରାଗଲା । ସେହିପରି ରାଜ୍ୟରେ ଥିବା ସମସ୍ତ ପାଠାଗାରମାନଙ୍କର ସୁପରିଚାଳନା ପାଇଁ ଏକ ପୃଥକ ସାର୍ବଜନୀନ ପାଠାଗାର ନିର୍ଦ୍ଦେଶକ ପଦବୀ ସୃଷ୍ଟି କରିବା ପାଇଁ ଐତିହ୍ୟ କ୍ୟାବିନେଟରେ ନିଷ୍ପତି ।

ଅନ୍ୟପଟେ ଆନନ୍ଦଭବନ ସଂଗ୍ରାହଳୟ ଓ ଅଧ୍ୟୟନ କେନ୍ଦ୍ରର ସୁପରିଚାଳନା ନିମନ୍ତେ ଆନନ୍ଦ ଭବନ ସଂଗ୍ରାହଳୟ ଓ ଅଧ୍ୟୟନ କେନ୍ଦ୍ର ଗଠନ ପାଇଁ କ୍ୟବିନେଟରେ ମଞ୍ଜୁରୀ ଦିଆଯାଇଛି । ଆଜି ସଚ୍ଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଐତିହ୍ୟ କ୍ୟାବିନେଟରେ ନିଷ୍ପତି ହୋଇଛି । ତେବେ ପ୍ରଥମ ଐତିହ୍ୟ ବୈଠକରେ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଏବଂ ପର୍ଯ୍ୟଟନ କ୍ଷେତ୍ରକୁ ଗରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଗତ ବର୍ଷ ଡିସେମ୍ବର ୨୬ ତାରିଖ ଦିନ ପୁରୀ ରେ ଅନୁଷ୍ଠିତ ହୋଇଥିବା ଐତିହ୍ୟ କ୍ୟାବିନେଟରେ ଐତିହାସିକ ନିଷ୍ପତିର ଫଳଶ୍ରୁତି ସ୍ୱରୁପ ଓଡିଶାର ସଂସ୍କୃତି ଓ ଐତିହ୍ୟ ସଂପର୍କରେ ଚିଠା ନିତି ପ୍ରସ୍ତୁତି କରି ପ୍ରଥମ ଐତିହ୍ୟ କ୍ୟାବିନେଟର ମୋହର ବାଜିଛି ।