ମାରୁତି ୱାଗନରର ଜବରଦସ୍ତ ଅଫର : ବାଇକ ବଜେଟରେ କିଣିପାରିବେ କାର । ଆସନ୍ତୁ ଜାଣିବା କେଉଁଠି ମିଳୁଛି

179

ଆଜିକାଲି ଜିନିଷର ଆକାଶ ଛୁଆଁ ଦର ପାଇଁ ସାଧାରଣ ଲୋକ ବହୁତ ହଟହଟା ହେଉଛନ୍ତି । ପ୍ରତ୍ୟେକ ଲକ୍ଷପତି ହେବାର ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ଲକ୍ଷ ସ୍ଥଳରେ ପହଂଚି ପାରୁନାହାନ୍ତି । ଏମିତିରେ ମଧ୍ୟବିତ୍ତ ପରିବାରଙ୍କ ପାଇଁ କାର କିଣିବା ସ୍ୱପ୍ନ ହେଇକି ରହିଯାଏ । ଯଦି ଆପଣ କାର ଚଳାଇବାର ସ୍ୱପ୍ନ ଦେଖୁଛନ୍ତି ଓ ଆପଣଙ୍କ ପାଖରେ ଗୋଟିଏ ବାଇକ କିଣିବା ପାଇଁ ବି ପର୍ଯ୍ୟାପ୍ତ ଅର୍ଥରାଶି ନାହିଁ, ତେବେ ନିଶ୍ଚିନ୍ତ ରୁହନ୍ତୁ । କାରଣ ଆପଣ ଏକ ଭଲ ସେକେଣ୍ଡ ହ୍ୟାଣ୍ଡ କାର ସହଜରେ ପାଇପାରିବେ । କେବଳ ସେତିକି ନୁହେଁ, ଆପଣ ସେହି କାର ଗୋଟିଏ ବାଇକର ବଜେଟରେ ବି କିଣି ପାରିବେ ।

ଆମେ ଆପଣଙ୍କୁ ଏମିତି ଏକ ସ୍ଥାନ ବିଷୟରେ ଜଣାଇବାକୁ ଯାଉଛୁ, ଯେଉଁଠି ଲକ୍ଷ ଲକ୍ଷ ଟଙ୍କାର ଗାଡି ହଜାର ଟଙ୍କା ମୂଲ୍ୟରେ କିଣି ପାରିବେ । ପ୍ରକୃତରେ ଏହି କାର ଗୁଡାକ ଆପଣଙ୍କୁ ଦିଲ୍ଲୀର କରୋଲ ବାଗ ମାର୍କେଟରେ ମିଳିବ । ଏହି ମାର୍କେଟରେ ଆପଣ ଲକ୍ଷ ଲକ୍ଷ ଟଙ୍କାର ମାରୁତି ୱାଗନ କାର ମାତ୍ର ୬୦ ହଜାର ଟଙ୍କାରେ କିଣି ପାରିବେ । ଜଣାଇରଖୁଛୁ ଯେ ୱାଗନରର ଟପ ମଡେଲର ପ୍ରକୃତ ମୂଲ୍ୟ ୫ ଲକ୍ଷ ୬ ହଜାର ଟଙ୍କା ।

କେଉଁଠି ମିଳିବ ? :

ଦିଲ୍ଲୀ ହେଉଛି ଦିଲବାଲାଙ୍କ ସହର । ଏହା ବ୍ୟତୀତ ଦିଲ୍ଲୀ ଆପଣଙ୍କ ପାଇଁ ଶସ୍ତା ସହର ବି ସାବ୍ୟସ୍ତ ହେବ । ଦିଲ୍ଲୀର କରୋଲ ବାଗ ମାର୍କେଟରେ ସେକେଣ୍ଡ ହ୍ୟାଣ୍ଡ ଗାଡି ବହୁତ କମ ଦାମରେ ଆପଣଙ୍କ ହୋଇପାରିବ । ଅସଲରେ ଏହି ମାର୍କେଟ କରୋଲ ବାଗର ଜଲ ବୋର୍ଡ ନିକଟରେ ଅବସ୍ଥିତ । ଏହି ମାର୍କେଟରେ ଆପଣ ମାରୁତି ଠାରୁ ଆରମ୍ଭ କରି ମହିନ୍ଦ୍ରା, ଫୋର୍ଡ, ହୁଣ୍ଡାଇ, ଭୋକ୍ସୱାଗନ ସମେତ ଅନ୍ୟ ବଡ ବଡ ଗାଡି ବି ଶସ୍ତାରେ କିଣି ପାରିବେ । ଗାଡିର ଆଭ୍ୟନ୍ତରୀଣ ଓ ବାହ୍ୟ ଅବସ୍ଥା ସଂପୂର୍ଣ୍ଣ ରୂପେ ଠିକ ଥାଏ । ଏହି କାର ଗୁଡିକରେ କୈାଣସି ପ୍ରକାରର ଦାଗ ଚିହ୍ନ ନଥାଏ ଓ ଏହା ନୁଆ କାର ପରି ଚକଚକ କରୁଥାଏ । କାରର ମୋଡେଲ ଯେତେ ପୁରୁଣା ହେବ, ତା ଦାମ ସେତେ କମ ହେବ । ଆପଣ ଯଦି ୨୦୦୫ ବର୍ଷର ମାରୁତି ୱାଗନ କିଣିବେ, ତେବେ ଆପଣଙ୍କୁ କେବଳ ୬୦ ହଜାର ଟଙ୍କା ଦେବାକୁ ପଡିବ ।

ଇଏମଆଇର ସୁବିଧା ଅଛି :

ଆପଣ ଯଦି ଭାବୁଥିବେ କମ ମୂଲ୍ୟରେ ମିଳୁଥିବା ଗାଡି ଗୁଡିକର ଗୁଣବତ୍ତା ଠିକ ନଥିବ,ତେବେ ଆପଣ ନିଶ୍ଚିନ୍ତ ହୋଇଯାଆନ୍ତୁ । ଏହି ଗାଡିର ମୁଖ୍ୟ ଡିଲରଙ୍କ ଠାରୁ ଜଣାପଡିଛି ଯେ ଏହି କାରର ମୂଲ୍ୟ ୬୦ ହଜାରରୁ ଆରମ୍ଭ ହେଉଛି ଓ କାରର ରେଜିଷ୍ଟ୍ରେସନ ସାର୍ଟିଫିକେଟ ମଧ୍ୟ ଦିଆଯାଉଛି । ଆପଣ ଚାହିଁବେ ଯଦି କିସ୍ତିରେ ଫାଇନାନ୍ସ କରିପାରିବେ । ମୋଟାମୋଟି ଭାବେ କହିବାକୁ ଗଲେ ଆପଣ ଠକାମିର ଶିକାର ହେବେନି । ଆପଣ ଡିଲର ସହିତ ମୂଲଚାଲ କରି କାରର ମୂଲ୍ୟକୁ କମାଇପାରିବେ ।

 

ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ :

ଆପଣ କାର କିଣିବା ପାଇଁ ଚାହୁଁଛନ୍ତି ଯଦି ତା ପୂର୍ବରୁ କାରର ପାର୍ଟସ ବିଷୟରେ ତଥ୍ୟ ଜାଣି ରଖନ୍ତୁ । ଆପଣଙ୍କୁ କାରର ଇଂଜିନ ବିଷୟରେ ମଧ୍ୟ ତଥ୍ୟ ଜାଣି ରଖିବାକୁ ପଡିବ । ଆପଣଙ୍କ ପାଖରେ ଯଦି କାର ବିଷୟରେ କୈାଣସି ତଥ୍ୟ ନାହିଁ ତେବେ କିଣିବା ସମୟରେ ଜଣେ ଭଲ ଏକ୍ସପର୍ଟଙ୍କୁ ସାଙ୍ଗରେ ନେଇକି ଯାଆନ୍ତୁ ।