ଏହି ଗାଁରେ ପକ୍ଷୀଙ୍କ ଭାଷାରେ କଥା ହୁଅନ୍ତି ଲୋକେ, ୟୁନେସ୍କୋ ହେରିଟେଜ୍ ଲିଷ୍ଟରେ ସାମିଲ ଅଛି : ଜାଣନ୍ତୁ କେଉଁଠି

28

ପକ୍ଷୀଙ୍କ ଭଳି ଉଡିବାର ଆଶା କେବେ ପୁରା ହୋଇନପାରେ, କିନ୍ତୁ ପକ୍ଷୀଙ୍କ ଭଳି କଥା ହେବା ପାଇଁ ଚାହୁଁଛନ୍ତି ଯଦି, ତେବେ ସମ୍ଭବ ହୋଇପାରେ । ଦୁନିଆରେ ଏକ ସ୍ଥାନ ଅଛି, ଯେଉଁଠି ଲୋକ ପକ୍ଷୀଙ୍କ ଭାଷା (ବାର୍ଡ ଲାଙ୍ଗୁଏଜ୍)ରେ କଥା ହୁଅନ୍ତି । ଏହି ସ୍ଥାନ ହେଉଛି ତୁର୍କୀର ଗିରେସୁନ୍ ପ୍ରାନ୍ତ । ପାଖାପାଖି ୧୦ହଜାର ଜନସଂଖ୍ୟା ବିଶିଷ୍ଟ ଏହି ପାହାଡିଆ ଅଂଚଳର ଲୋକେ ପରସ୍ପର ସହିତ ପକ୍ଷୀଙ୍କ ଭାଷାରେ କଥା ହୁଅନ୍ତି । ୟୁନେସ୍କୋ ଏହି ଅଦ୍ଭୁତ ଭାଷାକୁ ଏବେ ନିଜର ସାଂସ୍କୃତିକ ଐତିହର ସୂଚୀରେ ସାମିଲ କରିଛି ।

ପକ୍ଷୀଙ୍କ ଭାଷା ହେଉଛି ଭିନ୍ନ ଭିନ୍ନ ପ୍ରକାରର ସ୍ୱର, ବିଶେଷ ଭାବେ ସିଟିର ସାହାଯ୍ୟରେ ବାର୍ତ୍ତାଳାପ କରିବାର କଳା । ଏହି କଳା ୫୦୦ ବର୍ଷ ପୁରୁଣା । ଯେତେବେଳେ ଯାତାୟାତ କରିବାର କୈାଣସି ସାଧନ ନଥିଲା, ଗାଡି ନଥିଲା, ମୋବାଇଲ ଫୋନ୍ ନଥିଲା, ଏମିତିରେ ଯଦି ପାହାଡିଆ ଅଂଚଳରେ ଗୋଟିଏ ପଟେ ରହୁଥିବା ବ୍ୟକ୍ତି ତୁରନ୍ତ କୈାଣସି ମେସେଜ୍ ପହଂଚାଇବା ପାଇଁ ଚାହୁଁଛି ଯଦି କେମିତି ପଠାଇବ ? ଏହି ସମସ୍ୟାର ସମାଧାନ ତୁର୍କୀର ଅଟୋମ୍ୟାନ ଏମ୍ପାୟାରର ଲୋକମାନଙ୍କୁ ପ୍ରକୃତିରୁ ମିଳିଲା । ପକ୍ଷୀଙ୍କୁ ଦେଖି ଶୁଣି ଲୋକମାନେ ନିଜର ଏକ ବିଶେଷ ଭାଷା ଆବିଷ୍କାର କଲେ, ଯେଉଁଥିରେ ଶବ୍ଦ ନାହିଁ , କେବଳ ଭିନ୍ନ ଭିନ୍ନ ପ୍ରକାରର ସିଟି ଅଛି । ହାଇ-ପିଚ୍ କାରଣରୁ ସିଟି ବହୁତ ଦୂରକୁ ଶୁଭାଯାଏ । ସେଥିପାଇଁ ଲୋକଙ୍କୁ କୈାଣସି ମେସେଜ୍ ପଠାଇବା ପାଇଁ ହେଲେ ମାଇଲ ଦୂର ଚାଲିି କି ଯିବା ପାଇଁ ପଡେନି କି ବଡ ପାଟିରେ କହିବାକୁ ପଡେନି, ବାସ୍ କିଛି ସିଟି ତାଙ୍କ ମେସେଜ୍ ସାମନା ଲୋକଙ୍କୁ ପହଂଚାଇ ଦିଏ ।

ଏହି ପ୍ରାନ୍ତରେ ହଜାର ବର୍ଷ ହେବ ଏହି ଭାଷା ବୋଲାଯାଏ । କିନ୍ତୁ ବଦଳୁଥିବା ସମୟ ଏବଂ ମୋବାଇଲ ଫୋନ୍ ଭଳି ଟେକନୋଲୋଜି ଆସି ଯିବାପରେ ବର୍ଡ ଲାଙ୍ଗୁଏଜ୍ ଏହି ଛୋଟିଆ ଅଂଚଳରେ ସୀମିତ ହୋଇଯାଇଛି । ଗୋଟିଏ ସମୟ ଥିଲା ସ୍ପେନ୍ ର କେନେରୀ ଆଇଜଲ୍ୟାଣ୍ଡ ଠାରୁ ଆରମ୍ଭ କରି ମେକ୍ସିକୋ ଏବଂ ଗ୍ରୀସ୍ ର ଗାଁ ପର୍ଯ୍ୟନ୍ତ ବର୍ଷ ଲାଙ୍ଗୁଏଜ୍ କୁହାଯାଉଥିଲା, କିନ୍ତୁ ଏହି ଭାଷାକୁ ଜାଣୁଥିବା ଲୋକ ଦୁନିଆରେ କେବଳ ୧୦ ହଜାର ଲୋକ ଅଛନ୍ତି । ଏହି ଅଦ୍ଭୁତ ଭାଷାକୁ ବଂଚାଇବା ପାଇଁ ସ୍ଥାନୀୟ ପ୍ରଶାସନ ବର୍ଷ ୨୦୧୪ରେ ପ୍ରାଇମେରୀ ସ୍କୁଲ ଗୁଡିକରେ ବର୍ଡ ଲାଙ୍ଗୁଏଜ୍ ର ପାଠପଢ଼ା ଆରମ୍ଭ କରିଦେଇସାରିଛନ୍ତି । ଏହା ଦ୍ୱାରା ଲୋକମାନେ ଏହି ଭାଷାକୁ ପୁଣି ଥରେ ଆପଣଉଛନ୍ତି ।