ଏହି ଉପାୟରେ ଜାଣନ୍ତୁ ଆପଣଙ୍କର ଆଧାର କାର୍ଡ କେଉଁଠାରେ ହୋଇଛି ବ୍ୟବହାର ?

ସାରା ଦେଶରେ ଆଧାର କାର୍ଡକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଉଛି

167

କନକ ବ୍ୟୁରୋ : ସାରା ଦେଶରେ ଆଧାର କାର୍ଡକୁ ନେଇ ଅନେକ ସମୟରେ ବିବାଦ ଦେଖାଯାଉଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏଣିକି ଆପଣଙ୍କ ଆଧାର କାର୍ଡ କେଉଁଠାରେ ବ୍ୟବହାର ହେଉଛି ତାହା ଜାଣିପାରିବେ । ତେବେ ବର୍ତମାନ ସମୟରେ ବହୁତ ଲୋକ ନିଜର ପରିଚୟ ପତ୍ର ଭାବରେ ଆଧାର କାର୍ଡକୁ ବ୍ୟବହାର କରୁଛନ୍ତି । ରେଳ ଯାତ୍ରାଠାରୁ ଆରମ୍ଭ କରି ବିମାନ, ବସ, ଡାକସେବା, ପାସପୋର୍ଟ ଆଦି ଅନେକ ସରକାରୀ କାମରେ ମଧ୍ୟ ଆଧାର କାର୍ଡ ବ୍ୟବହାର ହେଉଥିବା ସୂଚନା ମିଳିଛି ।

 

 ଯେହେତୁ ଆଧାର କାର୍ଡ ଅନେକ ସ୍ଥାନରେ ବ୍ୟବହାର ହେଉଛି ତେଣୁ ଲୋକମାନଙ୍କ ମନରେ ସ୍ୱାଭାବିକ ଭାବରେ ସନ୍ଦେହ ହେଉଛି ଯେ, ଆମର ଆଧାର କାର୍ଡର ନମ୍ବର ଅନ୍ୟମାନେ ଅପବ୍ୟବହାର କରୁନାହାନ୍ତି ତ । ଯାହାର ଅନୁମତି ଆପଣ ଦେଇନାହାନ୍ତି । ତେବେ ଆପଣ ଯଦି ଏପରି ଭାବୁଛନ୍ତି ତାହାର ସବିଶେଷ ତଥ୍ୟ ମଧ୍ୟ ଏଣିକି ଜାଣିପାରିବେ । କେବଳ ଜାଣିପାରିବେ ତାହା ନୁହେଁ ବରଂ କେଉଁଠାରେ ଆପଣଙ୍କ ଆଧାରକାର୍ଡ ବ୍ୟବହାର ହୋଇଛି ତାହାର ସବିଶେଷ ତଥ୍ୟ ମଧ୍ୟ ଆପଣ ପାଇପାରିବେ ବୋଲି ଜଣାପଡିଛି । ଟଓଊଇଓ ଆଧାରରେ ଏପରି ତଥ୍ୟ ଆପଣ ପାଇପାରିବେ ବାଲି ଜଣାପଡିଛି । ତେଣୁ ବିନା କୌଣସି ସନ୍ଦେହରେ ନିଜର ଆଧାର କାର୍ଡ ବିଷୟରେ ସବିଶେଷ ତଥ୍ୟ ଜାଣନ୍ତୁ ।