ଭାରତର ଏମିତି ଏକ ଗାଁ, ଯେଉଁଠି ମହିଳାମାନେ ତାଙ୍କ ସ୍ୱାମୀଙ୍କ ବହୁବିବାହ ପାଇଁ ଖୁସି ଖୁସି ଦିଅନ୍ତି ଅନୁମତି

24

ଏମିତିରେ ଭାରତ ନିଜର ପୁରୁଣା ରୀତି-ନୀତି ଏବଂ କୁପ୍ରଥା ଗୁଡିକୁ ଛାଡି ଆଗକୁ ବଢ଼ୁଛି । ତଥାପି ବି କିଛି ସ୍ଥାନରେ ଆଜି ବି ପୁରୁଣା ପ୍ରଥା ଗୁଡିକୁ ପାଳନ କରାଯାଏ । କେଉଁଠି ମାନ୍ୟତାକୁ ନେଇ ତ କେଉଁଠି ନିଃସହାୟତା କାରଣରୁ କିଛି ଏମିତି ପ୍ରଥାର ପାଳନ କରନ୍ତି । ଯାହା ବିଷୟରେ ଭାବିବା ବି ଆମ ପାଇଁ ମୁସ୍କିଲ ।

ରାଜସ୍ଥାନର ଏକ ଗାଁରେ ନିଜ ପତ୍ନୀ ଗର୍ଭବତୀ ହେବା କ୍ଷଣି ସ୍ୱାମୀ ଦ୍ୱିତୀୟ ବିବାହ କରି ନିଏ । ଏହା ଆପଣଙ୍କୁ ଚକିତ କରୁଥିବ ନିଶ୍ଚୟ । ଏହା ଠାରୁ ବି ଅଧିକ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଝିଅଙ୍କୁ ବିବାହ ପୂର୍ବରୁ ଏ ବିଷୟରେ ଜଣା ଥାଏ କି ଭବିଷ୍ୟତରେ ତାଙ୍କ ସହିତ ଏମିତି ହେବାର ଅଛି । ଏହାପରେ ବି ନିଜ ଇଚ୍ଛାରେ ବିବାହ କରନ୍ତି । ଏହା କରିବା ପଛରେ ଗାଁ ଲୋକଙ୍କ ପଛୁଆ ବିଚାର ନାହିଁ ବରଂ ନିଃସହାୟତା ଅଛି । ଏମିତି କ’ଣ କାରଣ ଅଛି ଯେ ସେଇଠି ନିଜର ସ୍ୱାମୀର ବହୁବିବାହ ପାଇଁ ସହମତ ହୁଅନ୍ତି । ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢ଼ନ୍ତୁ ଏହି ରିପୋର୍ଟ ।

ଏହି ମାମଲା ରାଜସ୍ଥାନର ବାଡମେର ଜିଲ୍ଲାର ଦେରାସର ନାମକ ଗାଁର । ଏଠି ଏହି ପ୍ରଥାର ପାଳନ ପାଣିର ସମସ୍ୟାକୁ ନେଇ ହୋଇଥାଏ । ଏଠି ପାଣିର ସମସ୍ୟା ଏତେ ଅଧିକ ଯେ ମହିଳାଙ୍କୁ ପାଣି ଖୋଜିବା ପାଇଁ ମାଇଲ୍ ବାଟ ଯିବାକୁ ପଡେ । କେବେ କେବେ ତ ପାଣି ଆଣିବାରେ ଗୋଟିଏ ଦିନ ଚାଲିଯାଏ । ଏହି ଗାଁର ଶିଶୁ କନ୍ୟାଙ୍କୁ ଛୋଟବେଳୁ ପାଣି ଭରିବା ଶିଖାଯାଏ । ଗର୍ଭବତୀ ମହିଳାଙ୍କୁ ମାଇଲ ବାଟ ଚାଲି କି ଯିବା ଏବଂ ପୁଣି ପାଣିପାତ୍ର ଉଠାଇକି ଆଣିବା ତାଙ୍କ ପକ୍ଷେ ସମ୍ଭବ ହୋଇନଥାଏ । ସେଥିପାଇଁ ଗାଁରେ ମହିଳାମାନେ ଗର୍ଭବତୀ ହେବା କ୍ଷଣି ତାଙ୍କ ସ୍ୱାମୀ ମାନେ ଦ୍ୱିତୀୟ ବିବାହ କରି ନିଅନ୍ତି କାରଣ ଦ୍ୱିତୀୟ ପତ୍ନୀ ପାଣି ଆଣିବାର ଦାୟିତ୍ୱ ନେଇପାରିବ । କିଛି ଏମିତି ହିଁ ମହାରାଷ୍ଟ୍ରର ଗାଁର ଅବସ୍ଥା । ଏଠି ମଧ୍ୟ ବହୁବିବାହ ସାଧାରଣ କଥା । ମହାରାଷ୍ଟ୍ରର ପାଖାପାଖି ୧୯,୦୦୦ ଗାଁ ମରୁଡିଗ୍ରସ୍ତ । ପାଣିର ଅସୁବିଧା ପାଇଁ ଦ୍ୱିତୀୟ ବିବାହ କରୁଥିବା ପତ୍ନୀଙ୍କୁ ଏହି ଗାଁରେ ‘ୱାଟର ୱାଇଫ୍’(ପାଣିର ପତ୍ନୀ) ବା ‘ୱାଟର ବାଇସ୍’( ପାଣିର ବାଇ) ନାମରେ ଡାକନ୍ତି ।