ରାଗିଲେ ମା’ ଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ ରଥ : ଶ୍ରୀଗୁଣ୍ଡିଚା ମନ୍ଦିରରେ ହେରାପଂଚମୀ ନୀତି ସମ୍ପନ୍ନ

68

କନକ ବ୍ୟୁରୋ : ରାଗିଲେ ମା’ ଲକ୍ଷ୍ମୀ, ନନ୍ଦିଘୋଷ ରଥ ଭାଙ୍ଗିଲେ । ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ପନ୍ନ ହୋଇଛି ହେରାପଂଚମୀ ନୀତି । ପରମ୍ପରା ମୁତାବକ ମା’ ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଭାଙ୍ଗିିଛନ୍ତି । ପରମ୍ପରା ଅନୁଯାୟୀ ହେରାପଂଚମୀରେ ମା’ ଲକ୍ଷ୍ମୀ ଶ୍ରୀମନ୍ଦିରରୁ ଶୋଭାଯାତ୍ରାରେ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରରେ ମହାପ୍ରଭୁଙ୍କ ଦର୍ଶନ ପାଇନଥିଲେ । ଏହାକୁ ନେଇ ମା’ ଲକ୍ଷ୍ମୀ କ୍ରୋଧାନ୍ୱିତ ହୋଇପଡ଼ିଥିଲେ ଓ ମହାପ୍ରଭୁଙ୍କ ନନ୍ଦିଘୋଷ ରଥକୁ ଭାଙ୍ଗିଦେଇଥିଲେ ।

ସୂଚନାଯୋଗ୍ୟ, ଘଣ୍ଟଘଣ୍ଟା, କାହାଳୀ ସହିତ ଏକ ଭବ୍ୟ ଶୋଭାଯାତ୍ରାରେ ବଡ଼ଦାଣ୍ଡ ଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପରେ ସେଠାରେ ନନ୍ଦିଘୋଷ ରଥ ନିକଟରେ ଦହିପଟି ମଣୋହୀ ନୀତି ସଂପନ୍ନ ହୋଇଥିଲା। ପରେ ସେଠାରୁ ସିଂହଦ୍ଵାର ଦେଇ ମା ଲକ୍ଷ୍ମୀ ଜୟବିଜୟ ଦ୍ଵାର ନିକଟରେ ପହଞ୍ଚିଥିଲେ। ଏହି ସମୟରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଚାଲିଥିବାରୁ ଜୟବିଜୟ ଦ୍ଵାର ନିକଟରେ ମା ଲକ୍ଷ୍ମୀ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ନିକଟରୁ ଆଜ୍ଞାମାଳ ଆସିବା ପରେ ଧୂପ ଚାଲୁଥିବାରୁ ଦୁଇଟି ଯାକ କବାଟ ବନ୍ଦ କରି ଦିଆଯାଇଥିଲା। ଯାହା ମା ଲକ୍ଷ୍ମୀଙ୍କୁ ଅପମାନ ଦେଇଥିଲା। ଅପମାନରେ ଜର୍ଜରିତ ମା ଲକ୍ଷ୍ମୀ ନାକଚଣା ଦ୍ଵାର ଦେଇ ବାହାରି ଆସିବା ବେଳେ ରାଗରେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଥିଲେ।

ସେପଟେ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ବାହୁଡ଼ା ପ୍ରସ୍ତୁତି । ଆଜିଠାରୁ ତିନି ରଥଂକୁ ଦକ୍ଷିଣ ମୋଡ଼ କରାଯିବ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ତିନି ରଥଂକୁ ନାକଚଣା ଦ୍ୱାରକୁ ନିଆଯିବେ ।