ହେମାନନ୍ଦ ବିଶ୍ୱାଳ ହାଇକମାଣ୍ଡଙ୍କୁ ଭେଟିବା ପ୍ରସଙ୍ଗ : ହେମାନନ୍ଦଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ

55

ଭୁବନେଶ୍ୱର ବ୍ୟୁରୋ .କନକ ନ୍ୟୁଜ୍ : ହେମାନନ୍ଦଙ୍କ ଅଭିଯୋଗ ପରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବାରେ କୌଣସି ଅସୁବିଧା ନାହିଁ । ଯଦି ହେମାନନ୍ଦଙ୍କର କୌଣସି ଅସନ୍ତୋଷ ଥାଏ ତେବେ ଏହାକୁ ଦୂର କରାଯିବ ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି । ଗତକାଲି କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ । ଓଡିଶାରେ ଦଳର ସାଂଗଠନିକ ସ୍ଥିତି ଓ ଭବିଷ୍ୟତ ନେଇ ସେ ରାହୁଲଙ୍କ ସହ ଆଲୋଚନା କରିଥିବା କହିଥିଲେ ।