ଆଜି ଡ୍ରିମଗର୍ଲଙ୍କ ଜନ୍ମଦିନ ! ଆସନ୍ତୁ ଜାଣିବା ହେମାଙ୍କ ବିଷୟରେ କିଛି ଜଣାଅଜଣା କଥା . . . .

93

ବିଗତ ଦିନର ସଫଳ ଅଭିନେତ୍ରୀ ହେମାମାଳିନୀଙ୍କର ଆଜି ଶୁଭ ଜନ୍ମଦିନ । ୭୦ ବର୍ଷରେ ପାଦ ଦେଲେ ଡ୍ରିମଗର୍ଲ । ଆଜିର ଦିନ ୧୬ ଅକ୍ଟୋବର,୧୯୪୮ରେ ହେମାମାଳିନୀ ତାମିଲନାଡୁର ଆମ୍ମାନକୁଡିରେ ଜନ୍ମଗ୍ରହଣ କରିଥିଲେ । ହେମାମାଳିନୀ ନିଜର ନିଖୁଣ ଓ ବିନ୍ଦାସ ଅଭିନୟ ପାଇଁ ବଲିଉଡରେ ବେଶ ସୁପରିଚିତ । ୧୯୬୪ ଜଣେ ତାମିଲ ନିର୍ଦ୍ଦେଶକ ସି.ଭି. ଶ୍ରୀଧର ହେମାଙ୍କୁ ଦକ୍ଷ କଳାକାର ବୋଲି ମନେ ନକରି ଏକ ଫିଲ୍ମରୁ ଆଉଟ୍ କରିଥିଲେ । ପରେ ସେହି ଭୂମିକା ଜୟଳଳିତାଙ୍କୁ ମିଳିଥିଲା ।

ହେମାମାଳିନୀ ୧୯୬୮ରେ ସୋ’ମ୍ୟାନ୍ ରାଜ କପୁରଙ୍କ ବିପକ୍ଷରେ “ସପନୋଁ କା ସୌଦାଗର୍’ ସିନେମାରେ ନାୟିକା ହୋଇଥିଲେ । ଏହି ସିନେମାରୁ ବଲିଉଡରେ ହେମାଙ୍କ କ୍ୟାରିଅର୍ ଆରମ୍ଭ ହୋଇଥିଲା । ତେବେ ଏହି ସିନେମାକୁ ବଲିଉଡ଼ରେ ବେଶ୍ କିଛି କମାଲ କରିପାରିନଥିଲା । ଧର୍ମେନ୍ଦ୍ରଙ୍କ ସହିତ ତାଙ୍କର ପ୍ରଥମ ସିନେମା ହେଲା ‘ ତୁମ୍ ହସିନ୍ ମେ ଜବାଁ ’। ଏହି ସିନେମା ସେ ସମୟରେ ବେଶ୍ ସୁପରହିଟ୍ ହୋଇଥିଲା । ହେମାମାଳିନୀ ନିଜର ସୁନ୍ଦରତାଏବଂ ଅଭିନୟର ଯାଦୁରେ ସେ ସମୟରେ ଦର୍ଶକ ତଥା ନିଜର ସହ ଅଭିନେତା ମାନଙ୍କ ହୃଦୟରେ ବସିଯାଇଥିଲେ । ସେ ସମୟର ଦୁଇଜଣ ଚର୍ଚ୍ଚିତ ବଲିଉଡ ତାରକା ସଂଜୀବ କୁମାର, ଏବଂ ଜିତେନ୍ଦ୍ର ତାଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ । କିନ୍ତୁ ସମସ୍ତଙ୍କ ହୃଦୟକୁ ଭାଙ୍ଗି ବିବାହିତ, ତଥା ୪ଟି ସନ୍ତାନର ପିତା ଧର୍ମେନ୍ଦ୍ରଙ୍କୁ ବିବାହ କରିଥିଲେ ହେମା ।

Hema Malini
https://cloudpix.co

ହେମାଙ୍କ କ୍ୟାରିୟରର କିଛି ଚର୍ଚ୍ଚିତ ସିନେମା ହେଲା “ସୀତା ଔର ଗୀତା’, “ସନ୍ୟାସୀ’, “ସୋଲେ’, “ଧର୍ମାତ୍ମା’, “ପ୍ରତିଜ୍ଞା’, “ସତେ ପେ ସତା’, “ବାଗବାନ୍’ । ହେମାମାଳିନୀ ତାଙ୍କ ନିର୍ଦେଶିତ ‘ ଦିଲ୍ ଆଶନା ହେ ’ ସୁପରଷ୍ଟାର୍ ଶାହରୁଖ୍ ଖାନଙ୍କୁ ବ୍ରେକ୍ ଦେଇଥିଲେ । ସିନେମାରେ ଉଚ୍ଚକୋଟୀର ଅଭିନୟ ପାଇଁ ସେ ବହୁ ସମ୍ମାନର ଅଧିକାରୀ ହୋଇଛନ୍ତି ହେମାମାଳିନୀ । ‘ ସୀତା ଔର୍ ଗୀତା ’(୧୯୭୨) ପାଇଁ ହେମା ଲାଭ କରିଥିଲେ ପ୍ରଥମ “ଫିଲ୍ମ ଫେୟାର ଆୱାଡ଼’ । ୨୦୦୦ ମସିହାରେ ହେମା ଅଭିନୟ ଜଗତଙ୍କୁ ତାଙ୍କର ଅବଦାନ ପାଇଁ “ଲାଇଭ୍ ଟାଇମ୍ ଆଚିଭମେଂଟ୍’ ଆୱାର୍ଡରେ ସମ୍ମାନିତ ମଧ୍ୟ ହୋଇଛନ୍ତି । ଏହା ବ୍ୟତୀତ ୨୦୦୦ରେ ତାଙ୍କୁ ଭାରତ ସରକାର ‘ପଦ୍ମଭୂଷଣ’ରେ ସମ୍ମାନିତ କରିଛନ୍ତି ।

hema-malini

ବଲିଉଡ ଡ୍ରିମଗାର୍ଲ ହେମାମାଳିନୀଙ୍କ ଫ୍ୟାନ ଫଲୋଇଙ୍ଗ୍ ସଂଖ୍ୟା ଏଯାଏ କମିନାହିଁ । ହେମାମାଳିନୀ ତାଙ୍କ ଅଭିନୟ ପ୍ରତିଭା ସହ ତାଙ୍କର ଡ୍ରେସିଂ ସେନ୍ସ୍ ପାଇଁ ମଧ୍ୟ ବେଶ ପରିଚିତ । ଆଜି ତାଙ୍କର ୭୦ ତମ ଜନ୍ମ ଦିନରେ ବି, ପୂର୍ବପରି ସୁନ୍ଦର ଓ ଗ୍ଲାମରସ ଲାଗୁଛନ୍ତି ହେମା ।