ରେଳଯାତ୍ରୀଙ୍କ ପାଇଁ ଖୁସିଖବର । ରେଳଯାତ୍ରା ସମୟରେ ଯେକୌଣସି ଅସୁବିଧା ପାଇଁ କରନ୍ତୁ ମାତ୍ର ଗୋଟିଏ କଲ୍, ଚୁଟିକିରେ ସମସ୍ୟାର ହେବ ସମାଧାନ । ଜାଣନ୍ତୁ ଟୋଲ ଫ୍ରି ନମ୍ବର

58

ଭାରତୀୟ ରେଳ ବିଭାଗ ଯାତ୍ରୀ ମାନଙ୍କ ପାଇଁ ନୂଆ ନୂଆ ଯୋଜନାରେ ସୁବିଧା ପ୍ରଦାନ କରୁଛନ୍ତି । ରେଳଯାତ୍ରା ସମୟରେ ଯେପରି କୌଣସି ଯାତ୍ରୀ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ତତ୍ପର ହୋଇ ଉଠିଛି ରେଳବିଭାଗ । ଏଥିପାଇଁ ଲଗାତାର ନୂଆ ନୂଆ ସୁବିଧା ରେଳବିଭାଗ ପକ୍ଷରୁ ଯାତ୍ରୀ ମାନଙ୍କୁ ଯୋଗାଇ ଦିଆଯାଉଛି । ଆଉ ଏହିଭଳି ସବୁ ସୁବିଧା ମଧ୍ୟରେ ଟୋଲ ଫ୍ରି ହେଲ୍ପଲାଇନ ନମ୍ବର ଯୋଡି ହୋଇଯାଇଛି ।

ରେଳ ଯାତ୍ରା ସମୟରେ ବଗିରେ କୌଣସି ସମସ୍ୟା ଦେଖାଯାଉ କିମ୍ବା ରେଲୱେ ପକ୍ଷରୁ ମିଳୁଥିବା ଖାଦ୍ୟରେ କୌଣସି ଗଡବଡ ଦେଖିଲେ ମାତ୍ର ଗୋଟିଏ କଲରେ ସବୁ ସମସ୍ୟାର ସମାଧାନ ହୋଇଯିବ । ଏପରିକି ରେଳଯାତ୍ରା ସମୟରେ ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ମଧ୍ୟ ଏହି ଟ୍ରୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ।


ବିଭିନ୍ନ ସମସ୍ୟା ସର୍ମ୍ପକରେ ଅଭିଯୋଗ କରିବା ପାଇଁ ଯାତ୍ରୀଙ୍କ କେବଳ ଟୋଲ ଫ୍ରି ନମ୍ବର ୧୮୦୦-୧୧୦-୧୩୯ରେ ଗୋଟିଏ କଲ କରିବାକୁ ପଡିବ । ଆଉ ଅଭିଯୋଗ ଆସିବା ମାତ୍ରେ ତୁରନ୍ତ ଏହାର ସମାଧାନ କରାଯିବ । ଏନେଇ ଆଇଆରସିଟିସି ଏକ ଟ୍ୱିଟ୍ କରି ସୂଚନା ଦେଇଛି । ରେଲୱେ ମୁତାବିକ ଏହି ନମ୍ବର ୨୪ ଘଣ୍ଟା କାମ କରିଥାଏ । କେବଳ ରେଳଯାତ୍ରା ସମୟରେ ନୁହେଁ ବରଂ ଏହା ପୂର୍ବରୁ ମଧ୍ୟ ଯାତ୍ରୀ କୌଣସି ଅସୁବିଧାର ସମ୍ମୁଖୀନ ହେଉଥାନ୍ତି ତେବେ ମଧ୍ୟ ଏହି ନମ୍ବରରେ କଲ କରି ଅଭିଯୋଗ କରିପାରିବେ । ଟିକେଟକୁ ନେଇ ଅଧିକାଂଶ ସମୟ ସମସ୍ୟା ଦେଖାଯାଉଥିବା ବେଳେ ଏହି ବାବଦରେ ମଧ୍ୟ ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିପାରିବେ ।