ତିତଲି ପାଇଁ ରେଳବାଇ ପକ୍ଷରୁ ଜାରି ହେଲା ହେଲ୍ପଲାଇନ୍ ନମ୍ବର ! ଜାଣନ୍ତୁ କେଉଁ ନମ୍ବରରେ ଯୋଗାଯୋଗ କରିବେ ?

33

କନକ ବ୍ୟୁରୋ : ଓଡ଼ିଶାମୁହାଁ ହେଉଛି ବାତ୍ୟା ତିତଲି । ଧୀରେ ଧୀରେ ପ୍ରଚଣ୍ଡ ରୂପ ନେବାରେ ଲାଗିଛି ତିତଲି । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅତି ଭୟଙ୍କର ସାମୁଦ୍ରିକ ଝଡ଼ ତିତଲି ଆସନ୍ତା ଗୁରୁବାର ସକାଳେ ସାଢ଼େ ୫ଟାରେ ଏହା ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍ ଏବଂ ଓଡ଼ିଶାର ଗୋପାଳପୁର ମଧ୍ୟରେ ସ୍ଥଳଭାଗ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଣ୍ଟା ପ୍ରତି ୧୪୦ରୁ ୧୬୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ସମ୍ଭାବ୍ୟ ବାତ୍ୟା ନେଇ ରେଳବାଇ ତରଫରୁ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି ।

ରେଲବାଇ ପକ୍ଷରୁ ଯାତ୍ରୀଙ୍କ ପାଇଁ ହେଲ୍ପ ଲାଇନ ନଂବର ଜାରି ହୋଇଛି । ଯାତ୍ରୀ ମାନେ ସାହାଯ୍ୟ ପାଇଁ ୮୪୫୫୮୮୫୯୩୬,୦୬୭୪-୨୩୦୧୫୨୫, ୨୩୦୧୬୨୫ ନମ୍ବରରେ ଯୋଗାଯୋଗ କରିପାରିବେ । ଟ୍ରେନ ବାତିଲ ଓ ସମୟ ପରିବର୍ତନ ପରେ ହେଲ୍ପ ଲାଇନ ଜାରି କରିଛି ରେଳବାଇ । ସେପଟେ ଛତ୍ରପୁର, ହୁମା, ରମ୍ଭା, ଶ୍ରୀକାକୁଲମ, ପଲାସା, ନୂଆପଡା ସମ୍ବେଦନଶୀଳ ଷ୍ଟେସନ ଭାବେ ଚିହ୍ନଟ କରାଯାଇଛି । ବିଜୟନଗରମରୁ ଖୋର୍ଦ୍ଧା ଭିତରେ ରାତିରେ ଟ୍ରେନ ଅଟକିବ ନାହିଁ । ଏହାସହ ‘ତିତଲି’ ପାଇଁ ଗ୍ରୁପ ‘ଡି’ ପରୀକ୍ଷା ବାତିଲ କରାଯାଇଛି । ଆସନ୍ତା ଦୁଇ ଦିନ ଭିତରେ ହେବ ନାହିଁ ଗ୍ରୁପ “ଡି” ପରୀକ୍ଷା । ଭୁବନେଶ୍ୱର, ବ୍ରହ୍ମପୁର, କଟକ,ଖୋର୍ଦ୍ଧା ରୋଡରେ ହେବନି ପରୀକ୍ଷା । ଢେଙ୍କାନାଳ, ସମ୍ବଲପୁର ସେଣ୍ଟରରେ ମଧ୍ୟ ଗ୍ରୁପ “ଡି” ପରୀକ୍ଷା ବାତିଲ ।