ପରଦାରେ ପୁଣିଥରେ ଧମାଲ କରିବେ କାଜଲ : ଅପକମିଂ ମୁଭି ହେଲିକେପ୍ଟର ଇଲାରେ ଆସିବେ ନଜର

47

ରିଲିଜ ହେଲା ବଲିଉଡର ଅପକମିଂ ମୁଭି ହେଲିକେପ୍ଟର ଇଲାର ଟ୍ରେଲର । ଏଥିରେ କାଜଲଙ୍କର ଏକ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିଛି । ଜଣେ ମାଁ ଚରିତ୍ରରେ କାଜୋଲଙ୍କୁ ଏଥର ଦେଖିବାକୁ ପାଇବେ ଦର୍ଶକ । କାଜୋଲଙ୍କର ଜନ୍ମଦିନକୁ ଖାସ ବନେଇବା ପାଇଁ ଅଜୟ ଦେବଗନ ଭେଟି ଦେଇଛନ୍ତି ଏହି ଫିଲ୍ମର ଟ୍ରେଲର । ଟ୍ରେଲର ଟି ଜନ୍ମଦିନ ସେଲିବ୍ରେଶନ କରିବା ପରେ ଲଂଚ କରାଯାଇଛି । ଏହାକୁ ମିଳିତ ଭାବରେ ଅଜୟ ଦେବଗନ ଓ ଧବନ ଜୟନ୍ତିଲାଲ ଗଡ୍ଡା ପ୍ରଯୋଜନା ଦେଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଦୀପ ସରକାର । ୭ ସେପ୍ଟେମ୍ବରରେ ଏହା ପରଦାକୁ ଆସିବ ।

ଆନନ୍ଦ ଗାନ୍ଧୀଙ୍କର ଗୁଜୁରାତି ପ୍ଲେ ପୁଅ କଗାଡୋ ଉପରେ ଆଧାରିତ । ଏହି ଫିଲ୍ମ ଏକ ସିଂଗଲ ମଦର ଯାହାର ନା ରହିଛି ଇଲା ଚରିତ୍ରକୁ ନେଇ ଗତିଶୀଳ ହେଇଛି । ରିଲିଜ ହୋଇଥିବା ଫିଲ୍ମ ର ଟ୍ରେଲର ରେ କାଜୋଲ ନିଜ ପୁଅ ସହିତ ଏକୁଟିଆ ସାରା ଲାଇଫ ବଂଚୁଥିବା ଦେଖିବାକୁ ମିଳିଛି । କିନ୍ତୁ ଗୋଟେ ଦିନ ଆସୁଛି ଯେ ତାଙ୍କ ନିଜ ପୁଅ ଯେତେବେଳେ ବଡ ହେଇଯାଉଛି ଠିକ ସେତିକି ବେଳେ ମାଁ ର ମମତା ପୁଅ ପାଇଁ ବିରକ୍ତିକର ହେଇଯାଉଛି ଏବଂ ତାକୁ ନେଇ କଣ ସବୁ ଘଟୁଛି ତାହାକୁ ଦର୍ଶାଯାଈଛି ଏ ମୁଭିରେ । ଏଥିରେ କାଜୋଲ ଏକ ସିଂଗରଙ୍କ ଭୁମିକା ତୁଲାଇବାରେ ନଜର ଆସିବେ । ଯିଏ ପରବର୍ତ୍ତୀ ମୁୂହୁର୍ତ୍ତରେ ନିଜ ସ୍ୱପ୍ନକୁ ବଳିଦାନ ଦେଇଦେଉଛନ୍ତି ପୁଅ ପାଇଁ । ଏମିତି ସମୟ ଅନୁସାରେ ପରିବର୍ତ୍ତନ ଆସୁଛି ଯେ ସେଇ ପୁଅ ନିଜ ମାଁକୁ ଛାଡି ଯାଉଛି ଏବଂ ତାପରେ ଇଲାର ଜୀବନ ଯାତ୍ରାରେ ପରିବର୍ତ୍ତନ ଆସିଯାଉଛି । ପୁଣିଥରେ ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଲାଗିପଡୁଛି ଇଲା । କାଜୋଲଙ୍କର ଏହି ବେମିଶାଲ ଅଦାକାରୀ ସବୁବେଳେ ପରଦାରେ କମାଲ କରିଥାଏ ଏବଂ ଆଗାମୀ ମୁଭି ହେଲିକେପ୍ଟର ଇଲାରେ ମଧ୍ୟ ସେହିଭଳି ଦମଦାର ଦୃଶ୍ୟ ଦେଖିବାକୁ ପାଇବେ ଦର୍ଶକ ।