ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ !

15

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗସ୍ତ । ତେଲେଙ୍ଗାନା ହାଇଦ୍ରାବାଦର କିସାରାରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନଟି ଖସି ପଡିବା ପରେ ସମ୍ପୂର୍ଣ୍ଣ ଜଳି ଯାଇଛି । ତେବେ ଅଳ୍ପକେ ବର୍ତି ଯାଇଛନ୍ତି ବମାନରେ ଥିବା ତିନି ଜଣ । ପାରାଚ୍ୟୁଟ ସହାୟତରେ ତଳକୁ ଡେଇଁ ପଡି ବଂଚିଯାଇଛନ୍ତିି ତିନି ଜଣ । ସୂଚନା ଅନୁଯାୟୀ ସକାଳ ୧୧ଟା ୫୫ରେ ବିମାନଟି ଉଡାଣ ଆରମ୍ଭ କରିଥିଲା । କିନ୍ତୁ କିଛି ସମୟ ଉଡାଣ ପରେ ଅଚାନକ ଧୂଆଁ ବାହାରିଥିଲା । ଏବଂ ତଳକୁ ଖସିପଡିବା ପରେ ବାୟୁସେନାର ଏହି ପ୍ରଶିକ୍ଷଣ ବିମାନଟି ସମ୍ପୁର୍ଣ୍ଣ ଜଳିଯାଇଛି ।