ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକାକୁ ଅପେକ୍ଷା: ଚାଲିଛି ଛକାପଞ୍ଝା, ଯେକୌଣସି ମୁହୂର୍ତ୍ତରେ ହୋଇପାରେ ତାଲିକା ଘୋଷଣା

197

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାରଠାରୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ପ୍ରାର୍ଥୀ ତାଲିକା ପ୍ରକାଶ କରିବାକୁ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଭିତରେ କସରତ ଶେଷ ପର୍ଯ୍ୟାୟରେ ପହଁଚିଛି । ଏବେ କେବଳ ପ୍ରକାଶ ପାଇବ ଟିକେଟ୍ ତାଲିକା । ଏହି ତାଲିକାକୁ ସମସ୍ତେ ଅପେକ୍ଷା କରିଛନ୍ତି । ସେପଟେ ଟିକେଟ ତାଲିକା ପ୍ରକାଶ ପୂର୍ବରୁ ତିନି ପ୍ରମୁଖ ଦଳଙ୍କ ମଧ୍ୟରେ ଜାରି ରହିଛି ଛକାପଞ୍ଝା ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜେଡି ପ୍ରାୟତଃ ପ୍ରାର୍ଥୀ ଚୟନ ଶେଷ କରି ସାରିଥିବା କୁହାଯାଉଛି । ଏବଂ ଆସନ୍ତାକାଲି ଦିନ ୧୧ଟା ସୁଦ୍ଧା ଏହି ତାଲିକା ପ୍ରକାଶ ପାଇବାର ସମ୍ଭାବନା ରହିଛି । ସେହିପରି ଆଜି କିମ୍ବା ଆସନ୍ତାକାଲି ବିଜେପି ଏପ୍ରିଲ ୧୧ତାରିଖରେ ହେବାକୁ ଥିବା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ । ନାମ ଚୂଡାନ୍ତ ପାଇଁ ଦିଲ୍ଲୀରେ ବସିଛି ବିଜେିପି କେନ୍ଦ୍ରିୟ ନିର୍ବାଚନ କମିଟି ବୈଠକ ।

ସେପଟେ ଚାଲିଛି ଏଆଇସିସିର ସ୍କ୍ରିନିଂ କମିଟି ବୈଠକ । ହେଉଥିବା ଚର୍ଚ୍ଚା ଅନୁସାରେ ଆଜି କିମ୍ବା ଆସନ୍ତାକାଲି ମଧ୍ୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିପାରେ କଂଗ୍ରେସ । ଏବେ ନଜର କେଉଁ ନେତାଙ୍କର ଟିକେଟ କଟୁଛି ଆଉ କିଏ ପାଉଛି ଟିକେଟ ।