୨୬ ରୁ ରାଜ୍ୟରେ ବଢିବ ଶୀତ । ୭ ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ

ଆଗକୁ ଥଣ୍ଡାରେ ଥରିବ ସାରା ଓଡ଼ିଶା

167

କନକ ବ୍ୟୁରୋ : ଆଗକୁ ଥଣ୍ଡାରେ ଥରିବ ସାରା ଓଡ଼ିଶା। ଏବେଠାରୁ ଦକ୍ଷିଣ,କେନ୍ଦ୍ର ଓ ପଶ୍ଚିମ ଓଡ଼ିଶାରେ ପାରଦ ଖସିବାରେ ଲାଗିଛି। ୨୬ ତାରିଖ ଭିତରେ ଆହୁରି ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ କମିଯିବ। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ଆଦି ଜିଲ୍ଲାରେ ରାତିରେ ପ୍ରବଳ ଥଣ୍ଡା ଅନୁଭୂତ ହେବ। ସକାଳୁ କୁହୁଡ଼ି ବି ପଡ଼ିପାରେ। ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ପ୍ରଭାବିତ ହୋଇପାେର। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସମେତ ଅନ୍ୟ ବିେଶଷଜ୍ଞମାେନ ଏମିତି ପୂର୍ବାନୁମାନ କରିଛନ୍ତି।

 

winterସେପଟେ କନ୍ଧମାଳରେ ଶୀତ ଲହରୀ ଲାଗି ରହିଛି। ଅପରାହ୍ନ ୪ଟାରୁ ପ୍ରକୋପ ଧୀରେ ଧୀରେ ବଢିଯାଉଛି। ଜନଜୀବନ ଏବେ ଅସ୍ତବ୍ୟସ୍ତ। ସକାଳ ୯ଟା ପର୍ଯ୍ୟନ୍ତ ଘନ କୁହୁଡି ବି ଲାଗି ରହୁଛି। ଫୁଲବାଣୀର ତାପମାତ୍ରା ୭ ଡିଗ୍ରି ଓ ଦାରିଙ୍ଗବାଡିରେ ୮.୫ ରହିଛି।

 

winter 2ପାଣିପାଗ ବିଜ୍ଞାନୀଙ୍କର କହିବା କଥା, ବର୍ତମାନ ସମୟରେ ଓଡ଼ିଶାର ତାପମାତ୍ରା ଯେତିକି ରହିବା କଥା ତା’ଠାରୁ ୩.୧ରୁ ୫ ଡିଗ୍ରି ପର୍ଯ୍ୟନ୍ତ କମ୍ ରହୁଛି। ବର୍ଷା ଛାଡ଼ି ଯାଇଥିବାରୁ ଥଣ୍ଡା ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଥଣ୍ଡା ହେଉଛି। ୨୮ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ପାରଦ ୫ ଡିଗ୍ରି ତଳକୁ ବି ଖସି ଆସିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାେର।

 

ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ୨୮ ତାରିଖ ବେଳକୁ ତାପମାତ୍ରା ପୁଣି କମିବ। ଦୁଇ ଦିନ ମଧ୍ୟରେ ୪ ଡିଗ୍ରି ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ। ୨୬ ତାରିଖ ପରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପ୍ରାୟ ଦୁଇରୁ ତିନି ଡିଗ୍ରି କମିବ ଓ ପାଗ ମେଘୁଆ ରହିବ। ତେବେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବରରେ ତାପମାତ୍ରା ୨୫ ତାରିଖଠାରୁ କମିବ। ବର୍ତମାନ କେନ୍ଦ୍ରୀୟ ଭାରତରେ ଏକ ଗୁରୁଚାପ ସୃଷ୍ଟି ହୋଇଥିବାରୁ ଓଡ଼ିଶାକୁ ଉତ୍ତରା ଥଣ୍ଡା ପବନ ଆସିବାରେ ବାଧା ସୃଷ୍ଟି ହେଉଛି। ଏଣୁ ଆସନ୍ତା ତିନି ଦିନ ଟିକିଏ କମ୍ ଥଣ୍ଡା ଅନୁଭବ ହେବ କିନ୍ତୁ ୨୬ ତାରିଖ ପରେ ପୁଣି ଉତ୍ତରା ପବନ ବୋହିବା ସହିତ ଶୀତ ବଢିବବୋଲି ସେ ପୂର୍ବାନୁମାନ କରିଛନ୍ତି ।