ଲଗାତର ତୃତୀୟ ଦିନରେ ବି ଟ୍ରାଫିକ୍ ଚେକିଂ କଡାକଡି । ଉଲ୍ଲଂଘନକାରୀଙ୍କଠାରୁ ଆଦାୟ ହେଉଛି ମୋଟା ଅଙ୍କର ଜୋରିମାନା

ରାଜମହଲ ଛକରେ ରଂଗ ରୁଟରେ ଯାଇ ଧରାପଡୁଛନ୍ତି ବହୁ ଗାଡି ଚାଳକ

369

କନକ ବ୍ୟୁରୋ: ଲଗାତର ତୃତୀୟ ଦିନରେ କଡାକଡି ଚେକିଂ ଚାଲିଛି ଟ୍ରାଫିକ୍ ନିୟମ । ଟ୍ରାଫିକ ନିୟମ ଉଂଲଘନକାରୀଙ୍କ ଉଂଲଘନକାରୀଙ୍କ ଠାରୁ ମୋଟା ଅଙ୍କର ଜୋରିମାନା ଆଦାୟ ହେଉଛି । ଆଜି ରାଜମହଲ ଛକରେ ରଂଗ ରୁଟରେ ଯାଇ ବହୁ ଗାଡି ଚାଳକ ଧରାପଡିଛନ୍ତି । ଧରାପଡିବା ପରେ ସେମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଛି । ହେଲମେଟ ପିନ୍ଧିନଥିଲେ , ସିଟ ବେଲ୍ଟ ପିନ୍ଧି ନଥିଲେ, କି ଫୋନରେ କଥା ହୋଇ ଗାଡି ଚାଳକଙ୍କୁ ଧରୁଛି ଟ୍ରାଫିକ ପୁଲିସ ।

ତିନି ମାସର ବ୍ୟବଧାନ ପରେ ଡିସେମ୍ବର ୧ ରୁ ପୁଣି ସାରା ରାଜ୍ୟରେ ନୂଆ ଟ୍ରାଫିକ ନିୟମ କଡାକଡି ହୋଇଛି । ବାଣୀବିିହାର ଛକରେ ଗତକାଲି ରାତିରେ ହାଇଡେଫିନେସନ ସିସିଟିଭି ସ୍ୱଂୟଚାଳିତ କ୍ୟାମେରା ଖଂଜା ଯାଇଛି । ଆଗକୁ ରାତିରେ ମଧ୍ୟ ଟ୍ରାଫିକ ନିୟମ ଭାଙ୍ଗି ପାରିବେ ନାହିଁ ଗାଡି ଚାଳକ । ରାତିରେ କେହିନଥିଲେ ଗାଡି ଚାଳକ ଟ୍ରାଫିକ ନିୟମ ମାନିବାକୁ ବାଧ୍ୟ । ଦ୍ରୁତ ଗତିରେ ଗାଡି ଚଳାଉଥିଲେ କିମ୍ବା ଟ୍ରାଫିକ ନିୟମ ଭାଙ୍ଗିଲେ ଗାଡି ନମ୍ବର ଚିହ୍ନଟ କରିବ ଏହି ସିସିଟିଭି କ୍ୟାମେରା ।