ସିକ୍କିମରେ ପ୍ରବଳ ତୁଷାରପାତ ଯୋଗୁଁ ଫସିଲେ ୨୫୦୦ ପର୍ଯ୍ୟଟକ, ଭାରତୀୟ ସେନା ସାଜିଲା ରକ୍ଷକ 

77

କନକ ବ୍ୟୁରୋ : ପ୍ରବଳ ତୁଷାରପାତ ଯୋଗୁଁ ଅଧବାଟରେ ଫସି ରହିଯାଇଥିବା ୨୫୦୦ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି ଭାରତୀୟ ସେନା । ସିକିମର ନାଥୁଲା ପାର୍ବତ୍ୟପଥରେ ଗତ ଦୁଇ ଦିନ ହେବ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାରେ ଶହଶହ ସଂଖ୍ୟାରେ ଗାଡ଼ିମଟର ଅଟକି ରହିଯାଇଥିଲା । ଭାରତ-ଚୀନ ସୀମା ପାଖରେ ଅଚାନକ୍ ଅଧିକ ଥଣ୍ଡା ହୋଇଥିବା ଯୋଗୁଁ ପର୍ଯ୍ୟଟକଙ୍କୁ ଅନେକ ପ୍ରକାର ଅସୁବିଧାର ସାମ୍ନା କରିବା ପାଇଁ ପଡ଼ିଥିଲା ।  ଆଉ ଏଥିରେ ଫସି ରହିଯାଇଥିଲେ ପ୍ରାୟ ଅଢ଼େଇ ହଜାର ପର‌୍ୟ୍ୟଟକ।

ପ୍ରାୟ ୪ଶହ ଗାଡ଼ି ସହିତ ଅଢ଼େଇ ହଜାର ପର୍ଯ୍ୟଟକ ତୁଷାରପାତ ଯୋଗୁଁ ନାଥୁଲା ପାର୍ବତ୍ୟପଥରେ ଅଟକି ରହିଥିବା ସୂଚନା ପାଇ ସେନା ପକ୍ଷରୁ ସମସ୍ତଙ୍କୁ ଉଦ୍ଧାର ପାଇଁ ଅଭିଯାନ ଆରମ୍ଭ ହୋଇଥିଲା । ଉଦ୍ଧାର ସମସ୍ତ ପର୍ଯ୍ୟଟକଙ୍କୁ ଖାଦ୍ୟ ଔଷଧ ଯୋଗାଇ ଯୋଗାଇ ଦିଆଯାଇଛି ।

ଏ ସମ୍ପର୍କରେ ସେନା ପକ୍ଷରୁ ଓ୍ଵିଟ୍ କରାଯାଇ କୁହାଯାଇଛି ଯେ ଭାରତୀୟ ସେନା ତୁଷାରପାତ ଯୋଗୁଁ ବାଟରେ ଫସିଯାଇଥିବା ଅଢ଼େଇ ହଜାର ନାଗରିକ ଓ ୪ଶହଟି ଗାଡ଼ିକୁ ଉଦ୍ଧାର କରିଛି । ସମସ୍ତଙ୍କୁ ଉଦ୍ଧାର ପରେ ଖାଦ୍ୟ, ଆଶ୍ରୟ ସହିତ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି ବୋଲି ସେନା ପକ୍ଷରୁ କୁହାଯାଇଛି ।