ଜମ୍ମୁକାଶ୍ମୀରରେ ଜାରି ରହିଛି ପ୍ରବଳ ତୁଷାରପାତ୍ ! ରାସ୍ତାରେ ଜମି ରହିଛି ବରଫ ।

58

କନକ ବ୍ୟୁରୋ : ବର୍ଷା ପରେ ଆସିଛି ଶୀତ ରୁତୁ । ଦେଶର ଅନେକ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ବେଳେ ବରଫପାତ ମଧ୍ୟ ଆରମ୍ଭ ହୋଇଗଲାଣି । ଜାମ୍ମୁକାଶ୍ମରରେ ଜାରି ରହିଛି ପ୍ରବଳ ତୁଷାରପାତ୍ । ରଜୌରୀ ଓ ପୁଂଛକୁ କାଶ୍ମୀର ସହ ଯୋଡୁଥିବା ମୁଗଲ ରୋଡ ତୁଷାରପାତ୍ ଯୋଗୁଁ ବନ୍ଦ ରହିଛି । ଗତ ୪ରୁ ୫ଦିନ ହେବ ରାସ୍ତା ଉପରେ ବରଫ ଜମିରହିଛି । ଫଳରେ ସେହି ରାସ୍ତାରେ ସମସ୍ତ ଯାନବାହନ ଚଳାଚଳ ବନ୍ଦ ରହିଛି ।

ସବୁଆଡେ ଖାଲି ଧଳା ଚଦର ଘୋଡାଇ ହୋଇରହିଥିବା ଦେଖିବାକୁ ମିଳିଛି । ଘରଦ୍ୱାରା, ରାସ୍ତାଘାଟ ସମେତ ବୃକ୍ଷଲତା ସବୁ ବରଫରେ ଘୋଡେଇ ହୋଇରହିଛି । ମୁଗଲରୋଡରେ ଦ୍ୱିତୀୟ ଦିନରେ ରାସ୍ତା ସଫା କାର୍ଯ୍ୟ ଜାରି ରହିଛି । ମେସିନ ସାହାଯ୍ୟରେ ରାସ୍ତା ଉପରେ ଜମି ରହିଥିବା ବରଫକୁ ସଫା କରାଯାଉଛି । ଖୁବଶୀଘ୍ର ସେହି ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭବିକ ହେବ ବୋଲି ଅନୁମାନ କରାଯାଉଛି । କିଛି ଦିନ ହେବ ଉତ୍ତରଭାରତର ୩ଟି ପାହାଡିଆ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ତୁଷାରପାତ ଜାରି ରହିଛି ।

Comments are closed.