ପୁଣି ଆସୁଛି ବର୍ଷା: ଆଜିଠାରୁ ତିନି ଦିନ ଧରି ରାଜ୍ୟର ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ଜିଲ୍ଳାପାଳମାନଙ୍କୁ ସତର୍କ କରାଇଲେ ଏସଆରସି

58

କନକ ବ୍ୟୁରୋ: ଆଜିଠାରୁ ତିନି ଦିନ ଧରି ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା କହିଛି ଆଂଚଳିକ ପାଣିପାଗ ବିଭାଗ । ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆଗାମୀ ୪୮ ଘଂଟା ଭିତରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର,କେନ୍ଦ୍ରାପଡା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ସୋମବାରଠାରୁ ଦୁଇ ଦିନ ଧରି ଉପକୂଳ ଓଡିଶାରେ ବର୍ଷା ଲାଗି ରହିବା ସମ୍ଭାବନା ରହିଛି । କାଲି ୮ଟି ଜିଲ୍ଲାରେ ବର୍ଷା ହେବ । ତେବେ ବର୍ଷାର ପରିମାଣ ଅଳ୍ପରୁ ମଧ୍ୟମ ରହିବ ବୋଲି କହିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ୨୯ତାରିଖରେ ଉପକୂଳ ଓ ଉତର ଓଡ଼ିଶାରେ ବର୍ଷା ସମ୍ଭବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ସତର୍କ ସୂଚନା ଜାରି କରାଯାଇଛି ।

ଅନ୍ୟପଟେ, ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ମାନଙ୍କୁ ସତର୍କ କରାଇଛନ୍ତି ଡେପୁଟି ଏସଆରସି । ଆସନ୍ତା ୨ ଦିନ ଧରି ପୁରୀ,ଜଗତସିଂହପୁର, କେନ୍ଦ୍ରାପଡା,ଗଂଜାମ, ଭଦ୍ରକ,ବାଲେଶ୍ୱର , କଟକ,ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଚାଷୀଙ୍କ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ଓ ଓୟୁଏଟି ସହ ଆଲୋଚନା ହେଇଥିବା ଡେପୁଟି ଏସଆରସି ପ୍ରଭାତ ମହାପାତ୍ର କହିଛନ୍ତି ।