ବର୍ଷାରେ ବେହାଲ ଓଡିଶା : ରାଜଧାନୀରେ ଭାଂଗିଲା ରେକର୍ଡ ,ଭୁଶୁଡି ପଡିଲା ବିମାନ ବନ୍ଦର ପାଚେରୀ

32

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର ବର୍ଷା ପାଣିରେ ଉବୁଟୁବୁ । ଗତକାଲିର ମୂଷଳ ଧାରା ବର୍ଷା ପରେ ବେହାଲ ହୋଇଛି ସାରା ସହର । ବିଭିନ୍ନ ସ୍ଥାନରେ ବର୍ଷା ପାଣି ଜମି ରହି କୃତ୍ରିମ ବନ୍ୟାର ସ୍ଥିତି ସୃଷ୍ଟି କରିଛି । ରାସ୍ତା ଉପରେ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିଲା ।

ଭୁବନେଶ୍ୱରରେ ଗତକାଲିର ପ୍ରବଳ ବର୍ଷା ଯୋଗୁଁ ଆଚାର୍ଯ୍ୟ ବିହାର ଲେନ୍-୪ ନିକଟରେ ଜମା ହୋଇଥିବା ପାଣିରେ ଭାସିଯିବାରୁ ଅଳ୍ପକେ ବର୍ତିଗଲା ସ୍କୁଲ ଭ୍ୟାନ୍ । ଏହି ଭ୍ୟାନରେ ୫ଜଣ ଛାତ୍ରଛାତ୍ରୀ ରହିଥିଲେ । ରାସ୍ତା ଉପରେ ପାଣିର ସ୍ରୋତ ଏତେ ଅଧିକ ଥିଲା ଯେ, ଭ୍ୟାନ ଟା କିଛି ସମୟ ପାଇଁ ପାଣି ମଝିରେ ରହିଯାଇଥିଲା । ଗତକିଛି ଦିନ ଧରି ଲାଗିରହିଥିବା ବର୍ଷାରେ ରାଜଧାନୀର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ପାଣି ଜମି ରହୁଛି ।

ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଉତ୍ତର ପଶ୍ଚିମ ଦିଗ, କାରଗିଲ ବସ୍ତି ନିକଟରେ ଥିବା ପାଚେରୀ ଭୁଶୁଡି ଯାଇଛି । ବର୍ଷା ମାଡରେ ପ୍ରାୟ ୧୦୦ଫୁଟର ପାଚେରୀ ଭାଙ୍ଗିଯାଇଛି । ପାଚେରୀ ପାଖରେ ବହୁପରିମାଣରେ ବର୍ଷାପାଣି ଠୁଳ ହେବାଫଳରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ତେବେ ପାଚେରୀ ଭାଙ୍ଗିବା ପରେ ଯେମିତି କୌଣସି ଜୀବଜନ୍ତୁ କି କେହି ଯେପରି ବିମାନବନ୍ଦରକୁ ପ୍ରବେଶ କରିନପାରିବେ ସେଥିପାଇଁ ଅସ୍ଥାୟୀ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇଛି ।

ବିମାନ ବନ୍ଦରର ଯନ୍ତ୍ରୀମାନେ ଅସ୍ଥାୟୀ ପାଚେରୀ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ଭାଙ୍ଗିଯାଇଥିବା ପାଚେରୀ ଅଂଚଳକୁ ଟିଣ ମାଧ୍ୟମରେ ଆବଦ୍ଧ କରାଯିବ । ବିମାନବନ୍ଦରର ସୁରକ୍ଷା ଦୃଷ୍ଟିରୁ ସିଆଇଏସଏଫ ଯବାନଙ୍କୁ ଏଠାରେ ନିୟୋଜିତ କରାଯାଇଛି ।