ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ସମ୍ଭାବନା : ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ

40

କନକ ବ୍ୟୁରୋ : ଆଗାମୀ ୨୪ଘଣ୍ଟା ମଧ୍ୟରେ ରାଜ୍ୟର ୮ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ମଙ୍ଗଳବାର ପୂର୍ବାନୁମାନ କରିଛି । ତେବେ ଏହି ଜିଲ୍ଲାମାନଙ୍କ ମଧ୍ୟରେ ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର, ଢ଼େଙ୍କାନାଳ ଓ କେନ୍ଦୁଝର ଆଦି ରହିଛି । ସେହିପରି ପୁରୀ, ଖୋର୍ଦ୍ଧା, କଟକ, ଗଜପତି, ଗଞ୍ଜାମ, ନୟାଗଡ଼, ଅନୁଗୁଳ, ଦେଓଗଡ଼,ସୁନ୍ଦରଗଡ଼, ଝାରସୁଗୁଡା ଓ ସମ୍ବଲପୁରରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଆଜି ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି ।

ତେବେ ଚଳିତବର୍ଷ ଦୁଇଦିନ ଆଗରୁ ଓଡ଼ିଶାରେ ମୌସୁମୀ ପହଞ୍ଚଥିବା ନେଇ ଲୋକଙ୍କ ମନରେ ଆଶ୍ୱସ୍ତି ଆସିଥିଲା ।  କିନ୍ତୁ ମୌସୁମୀ ଛୁଇଁବା ପରେ ସେହି ଅନୁପାତରେ ବର୍ଷା ହୋଇ ନଥିଲା ଯେମିତି ପ୍ରତିବର୍ଷ ହୁଏ । ଗରମ ଓ ଗୁଳିଗୁଳି ପୂର୍ବ ଭଳି ସ୍ୱଭାବିକ ରହିଥିଲା । ତେବେ ଏହି ଦୁଇ ତିନିଦିନ ହେବ ରାଜ୍ୟରେ ଅନେକ ଜିଲ୍ଲାରେ ବର୍ଷା ଜାରି ରହିବା ହେତୁ ପାଗ ଥଣ୍ଡା ପଡ଼ି ଯାଇଛି ଲୋକମାନେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଛନ୍ତି । ତେବେ ୨୪ଘଣ୍ଟା ମଧ୍ୟରେ ମୌସୁମୀ ଆହୁରି ସକ୍ରିୟ ହୋଇଯିବ ବୋଲି ଜଣାପଡ଼ିଛି ।