ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଜାରି ରହିବ ବର୍ଷା ! ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବାକୁ ଆଞ୍ଚଳିକ ପାଣିପାଗ କଲା ସତର୍କ ।

125

ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ଗତକାଲି ରାତିରୁ ରାଜ୍ୟବ୍ୟାପୀ ଲଗାଣ ବର୍ଷା ଜାରି ରହିଛି । ଏହିଭଳି ବର୍ଷା ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ସୁଚନା ଦେଇଛି ପାଣିପାଗ କେନ୍ଦ୍ର । ଏହାସହ ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ବିଶେଷ କରି ପୁରୀ, ଖେର୍ଦ୍ଧା ଭଳି ଜିଲ୍ଲାରେ ମଧ୍ୟ ବର୍ଷାର ପରିମାଣ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାବାଦ ସମ୍ବଲପୁର, ଢେଙ୍କାନାଳ, କେଉଁଝର, ଭଦ୍ରକ, ଯାଜପୁର ଏବଂ ଅନୁଗୁଳ ଆଦି ଜିଲ୍ଲାରେ ଆସନ୍ତା ଦିନକ ମଧ୍ୟରେ ପ୍ରବଳ ବର୍ଷିବ ବୋଲି ଆଶଙ୍କା କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବର୍ତ୍ତମାନ ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଥିବା ଲଘୁଚାପ ୱେଲମାର୍କଡ-ଲୋ ରେ ପରିଣତ ହୋଇଛି । ଯେଉଁଥି ପାଇଁ ବର୍ଷାର ପରିମାଣ ବୃଦ୍ଧି ପାଇଛି ।
ରାଜ୍ୟର ଅନେକ ସ୍ଥାନରେ ବର୍ଷାର କରାଳ ବିଭୀଷିକା ଦେଖିବାକୁ ମିଳିଛି ।

ଉପକୂଳ ଓଡିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବେହାଲ । କେଉଁଠାରେ ଜଳବନ୍ଦୀଘେରରେ ଲୋକ କେଉଁଠାରେ ଲଗାଣ ବର୍ଷା ଯୋଗୁଁ ପୋଲ ଭୁଷୁଡିବା ଘଟଣା ସମ୍ନାକୁ ଆସିଛି । ତେବେ ଏନେଇ ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି ଯେ, ଅନେକ ସ୍ଥାନରେ ଦୁର୍ବଳ ପୋଲ ଭୁଷୁଡିଛି, କିନ୍ତୁ ବନ୍ୟାର ପରିସ୍ଥିତି ଏପର୍ଯ୍ୟନ୍ତ କୌଣସି ସ୍ଥାନରେ ଉପୁଜି ନାହିଁ ବୋଲି ଏସଆରସି କହିଛନ୍ତି ।