ପୁଣି ବର୍ଷାରେ ବେହାଲ୍ ଭୁବନେଶ୍ୱର । ଜାତୀୟ ରାଜପଥ ଉପରେ ଭାସିଲା ସ୍କୁଟି, ବୁଡିଲା କାର

32

କନକ ବ୍ୟୁରୋ: ଲଘୁଚାପ ବର୍ଷାରେ ପୁଣି ବୁଡିଲା ଭୁବନେଶ୍ୱର । ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଲା ଅଣ୍ଟାଏ ଉଚ୍ଚର ପାଣି । ସବୁଥର ଭଳି ଏଥର ମଧ୍ୟ ଅସରାଏ ବର୍ଷାରେ ବୁଡିଛି ସ୍ମାର୍ଟ ସିଟିର ସ୍ମାର୍ଟ ରାସ୍ତା । ମୁଖ୍ୟ ରାସ୍ତା ଉପରେ ପୁଣି ଭାସିଛି ଗାଡିମୋଟର । ରାଜଧାନୀର ବିଭିନ୍ନ ସ୍ଥାନ ସହିତ ବିଭିନ୍ନ ତଳିଆ ଅଂଚଳରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଛି ।

ଅସରାଏ ବର୍ଷା, ହାଲ ବେହାଲ କରିଦେଇଛି ରାଜଧାନୀର ସୁନ୍ଦର ରୂପକୁ । ସ୍ମାର୍ଟ ସିଟି ସ୍ମାର୍ଟ ରାସ୍ତା ଉପରେ ଲହଡି ଭାଙ୍ଗିଛି ୩ ଫୁଟର ପାଣି । । ଆଉ ସେହି ପାଣିରେ ବୁଡି ରହିଛି ଗାଡି-ମୋଟର । ଅଟୋ, କାର୍, ବସ୍ ସବୁ ଭାସିଛି । ହଠାତ୍ ବର୍ଷିଲା, ଆଉ ଚାରିଆଡେ ବୁଡାଇଦେଲା ।

ତେବେ ଯେତେବେଳେ ବି ବର୍ଷା ହୋଇଛି ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ରାଜଧାନୀରେ । ଜାତୀୟ ସ୍ତରରେ ନିନ୍ଦିତ ହେବା ପରେ ଜଳ ନିଷ୍କାସନ ନେଇ ଜୋରସୋରରେ କାମ ଆରମ୍ଭ ହୋଇଛି । ହେଲେ, ସ୍ଥିତି ବଦଳିନି । ସବୁଠି ଜଳବନ୍ଦୀ ସ୍ଥିତି ।