ଝାରସୁଗୁଡା : କୁଆପଥର ସହ ପ୍ରବଳ ବର୍ଷା

47

କନକ ବ୍ୟୁରୋ : ଝାରସୁଗୁଡାରେ ଅଦିନିଆ ବର୍ଷା, କୁଆପଥର ମାଡ । ସନ୍ଧ୍ୟା ସାଢ଼େ ପାଂଚଟା ବେଲେ ପ୍ରାୟ ଏକ ଘଂଟା ଧରି ଲାଗି ରହିଥିଲା ବର୍ଷା । ବର୍ଷା ସହିତ ଅଧଘଂଟା ଧରି ପ୍ରବର କୁଆପଥର ମାଡ ହୋଇଥିବା ଦେଖିବାକୁ ମିଳିଛି । ଏହି ଅଦିନିଆ ବର୍ଷାରେ ଭିଜିଛି ଝାରସୁଗୁଡା, ବେଲପାହାଡ ଓ ବ୍ରଜରାଜନଗର । ବର୍ଷା ଯୋର୍ଗୁ ସହରର ବିଦ୍ୟୁତ୍ ସରବରାହ ବ୍ୟାହତ ହୋଇଛି । ସେହିପରି ସୁନ୍ଦରଗଡରେ ମଧ୍ୟ ବର୍ଷା ସହ ଘଡଘଡି ହୋଇଛି । ତେବେ କ୍ଷୟକ୍ଷତିର କୋ÷ଣସି ସ୍ପଷ୍ଟ ସୂଚନା ମିଳିନାହିଁ ।