ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ସହିତ କୁଆପଥର ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

32

କନକ ବ୍ୟୁରୋ : ଆଗମୀ ୨୪ଘଣ୍ଟା ଭିତରେ ରାଜ୍ୟର ୧୭ଟି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗକେନ୍ଦ୍ର ସତର୍କ ସୂଚନା ଜାରି କରିଛି । ତେଣୁ ସୁନ୍ଦରଗଡ଼, ଝାରସୁଗୁଡା, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ଅନୁଗୁଳ, ଢ଼େଙ୍କାନାଳ, କନ୍ଧମାଳ, ଗଞ୍ଜାମ, ଗଜପତି,ରାୟଗଡ଼ା, କୋରାପୁଟ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା ଓ ଝାରସୁଗୁଡା ବାସିନ୍ଦାଙ୍କୁ ସତର୍କ ରହିବାକୁ ପାଣିପାଗ ବିଭାଗର ସୂଚନା । ଏହି ଜିଲ୍ଲାମାନଙ୍କ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ୫୦ରୁ୬୦କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେଣୁ ଏହି ସମୟର ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି ।

Rain
image courtesy-https://www.google.co.in

ସେହିପରି ଉତ୍ତର ଉପକୂଳ ଓଡ଼ିଶାରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଗତକାଲି ଝାରସୁଗୁଡା,କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ, ମୟୁରଭଞ୍ଜ,ଗଜପତି, ସମ୍ବଲପୁର ଓ କନ୍ଧମାଳ ଜିଲ୍ଲାରେ ବର୍ଷା ହୋଇଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଟିଟଲାଗଡ଼ ସର୍ବାଧିକ ତାପମାତ୍ର ୪୪.୦ଡିଗ୍ରୀ ଥିବା ବେଳେ ସୁନ୍ଦରଗଡ଼ରେ ୨୦.୦ଡିଗ୍ରୀ ସର୍ବନିମ୍ନ ତାପମାତ୍ର ରହିଥିଲା ।