ଆସନ୍ତା ୪ରୁ ବଙ୍ଗୋପସାଗରରେ ଆଉ ଏକ ଘୁର୍ଣ୍ଣିବଳୟ : ପୂଜା ମାହୋଲ ଫିକା ପଡିବା ଆଶଙ୍କା

45

କନକ ବ୍ୟୁରୋ : ଆସନ୍ତା ୪ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ୪୮ଘଂଟା ଭିତରେ ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଫଳରେ ୬ତାରିଖରୁ ଉତ୍ତର ଓ ଦକ୍ଷିଣ ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର।

ପାଣିପାଗ କେନ୍ଦ୍ରର  ସୂଚନା ଅନୁସାରେ ପୂର୍ବରୁ ରହିଥିବା ଘୂର୍ଣ୍ଣିବଳୟ ଆଜି ଛତିଶଗଡ,ବିଦର୍ଭ ଓ ତେଲେଙ୍ଗାନାର ଆଖପାଖ ଅଂଚଳରେ ବାୟୁମଣ୍ଡଳର ୫.୮କି. ମି. ଉପରକୁ ଉଠିଯାଇଛି । ଆସନ୍ତାକାଲି  ସୁଦ୍ଧା ଏହା ମହାରାଷ୍ଟ୍ର ଆଡକୁ ଗତି କରିବାରସମ୍ଭାବନା ରହିଛି । ତେଣୁ ୨ଓ ୩ତାରିଖରେ ବର୍ଷାର ପରିମାଣ କମ ରହିବ । ଯଦି ପାଣିପାଗର ଅନୁମାନ ସତ ହୁଏ ତେବେ ଆସନ୍ତା ଦୁର୍ଗା ପୂଜାକୁ ବର୍ଷା ଧୋଇ ନେବାର ଆଶଙ୍କା ଦେଖାଦେଇଛି।