ଆଜିଠୁ ପ୍ରବଳ ବର୍ଷିବ ! ୧୨ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ୧୨ ଯାଏଁ ଲାଗିରହିବ ବର୍ଷା

57

କନକ ବ୍ୟୁରୋ : ଆଜିଠାରୁ ପ୍ରବଳ ବର୍ଷିବ ।ସାରା ରାଜ୍ୟକୁ ଭିଜାଇବ ଲଘୁଚାପ ବର୍ଷା ।ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ କେନ୍ଦ୍ରୀଭୂତ ଅବପାତ ପ୍ରଭାବରେ ଆଜିଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯାଇଛି। ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇଥିବା ବେଳେ ଉପକୂଳ ପୁରୀ, ଜଗତସିଂହପୁର, ଭୁବନେଶ୍ୱର ଆଦି ସ୍ଥାନରେ ସାମାନ୍ୟ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ଆଗାମୀ ୧୨ ଯାଏଁ ଲାଗି ରହିବ ବର୍ଷା। କେଉଁଠି ସ୍ୱଳ୍ପ ବର୍ଷା ତ ଅନ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

dipresion୯ ତାରିଖ ସକାଳେ ଏହା ଦକ୍ଷିଣ ଓଡିଶା ଓ ଉତର ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ । ପ୍ରତି ଘଂଟାରେ ଏହା ୧୧ କିଲୋମିଟର ବେଗରେ ଗତି କରୁଛି ।ଏହାର ପ୍ରଭାବରେ ଆଜି ଉପକୂଳ ଓ ଦକ୍ଷିଣଓଡିଶାରେ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୧୧ ତାରିଖ ଯାଏ ସାରା ଓଡିଶାରେ ବର୍ଷାର ସମ୍ଭାବନା ରହିଛି । ତେବେ ୧୨ ତାରିଖ ପରେ ବର୍ଷା କମିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ବର୍ଷା ଆସିଯାଇଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି।

ଭାରତୀୟ ପାଣିପାଗ ବିଭାଗ ସୂଚନା ମୁତାବକ ଆଜି ସକାଳେ ଅର୍ଥାତ ୧୨ ଘଣ୍ଟା ମଧ୍ୟରେ ଏହା ଭୀଷଣ ଅବପାତ ବା ଡିପ୍ ଡିପ୍ରେସନରେ ପରିଣତ ହେବ। ଏହା ପ୍ରଭାବରେ ବର୍ଷା, ପବନ ବଢ଼ିବା ଆରମ୍ଭ ହୋଇଯାଇଛି। ଉପକୂଳ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ଉଭୟ ଗୋପାଳପୁର, ପାରାଦୀପ ବନ୍ଦରରେ ୩ ନମ୍ବର ସତର୍କ ସଙ୍କେତ ସୂଚନା ଜାରି କରିଛି ପାଣିପାଗ କେନ୍ଦ୍ର।ଗତକାଲି ୧ ନଂ ସତର୍କ ସଙ୍କେତ ଜାରି କରାଯାଇଥିଲା। ୧୦ ତାରିଖ ପର୍ୟ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ମନା କରାଯାଇଛି।

rain_3186390fପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଦକ୍ଷିଣ ଓଡ଼ିଶାର ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବ। ଶୁକ୍ରବାର ଦକ୍ଷିଣ ସମେତ ଉପକୂଳ ଜିଲ୍ଲାର ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଗଞ୍ଜାମ ଆଦି ଜିଲ୍ଲାଗୁଡ଼ିକରେ ବର୍ଷା ହେବ। କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ସେହିପରି ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି।

ଅବପାତ ଘନୀଭୂତ ହେଲେ ମଧ୍ୟ ଏହା ସମୁଦ୍ର ଭିତରେ ରହିପାରେ। ନହେଲେ ଉତ୍ତର ଆନ୍ଧ୍ରପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଉପକୂଳକୁ ଛୁଇଁପାରେ। ଏ ନେଇ ବର୍ତମାନ ସୁଦ୍ଧା ରୂପରେଖ ସ୍ପଷ୍ଟ ହୋଇନାହିଁ। ସେ ଯାହାହେଉ ଅବପାତ ଘନୀଭୂତ ହେବାର କିଛି ସମୟ ମଧ୍ୟରେ ଦୁର୍ବଳ ହୋଇଯିବ ବୋଲି ଡ. ସାହୁ କହିଛନ୍ତି।

ଏହାର ପ୍ରଭାବରେ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ଆଜି ସକାଳୁଆ କୁହୁଡ଼ି ଦେଖିବାକୁ ମିଳିଛି। ଆଜି ସକାଳୁ ସାରା ରାଜ୍ୟରେ ଆକାଶ ମେଘାଛନ୍ନ ରହିଛି।ଭୁବନେଶ୍ୱରରେ ପାଗ କୋହଲା ଥିବା ବେଳେ ଝିପ ଝିପ ବର୍ଷା ମଧ୍ୟ ଆରମ୍ଭ ହୋଇଯାଇଛି । ତେବେ ଏଭଳି ସ୍ଥିତି ଆସନ୍ତା ୧୨ ତାରିଖ ପଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି । ଏହି ଅବପାତ ଯୋଗୁଁ ବାୟୁମଣ୍ଡଳରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇଛି। ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା ମଧ୍ୟରେ ତାରତମ୍ୟ କମିବାର ସମ୍ଭାବନା ଅଧିକ। ଏହା ସତ୍ତ୍ୱେ ଥଣ୍ଡା ଅନୁଭୂତ ହେବ।