ଆହୁରି ୨୪ ଘଂଟା ବର୍ଷିବ ! ଉପକୂଳ ଓ ଉତ୍ତର ଓଡିଶାରେ ଭୀଷଣ ବର୍ଷାର ସମ୍ଭାବନା,କାଲିଠୁ ବଦଳିବ ପାଗ

66

କନକ ବ୍ୟୁରୋ : ତିତଲି ପ୍ରଭାବରେ ଉପକୂଳ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବ । ଆହୁରୀ ୨୪ ଘଂଟା ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେବେ ଆସନ୍ତାକାଲି ପାଗ ପରବର୍ତନ ହେବ ବୋଲି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ସେହିପରି ୧୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଖୋର୍ଦ୍ଧା, କଟକ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ଢେଙ୍କାନାଳରେ ପ୍ରବଳ ବର୍ଷା ହେବ । ସେହିପରି ଅନୁଗୁଳ ସମ୍ବଲପୁର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କନ୍ଧମାଳ, ସୁନ୍ଦରଗଡ ଓ ଦେବଗଡରେ ଭୀଷଣ ବର୍ଷାର ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ତିତଲି ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ସକାଳରୁ ଆରମ୍ଭ ହୋଇଛି ପ୍ରବଳ ବର୍ଷା । ଭୀଷଣ ବର୍ଷା ଯୋଗୁଁ ଆନ୍ଧ୍ର ଓଡିଶା ସୀମାନ୍ତ ଇଛାପୁରମର ରାଜରାସ୍ତା ଉପରେ ୬ରୁ ୭ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ରାସ୍ତାର ଉଭୟ ପାଶ୍ୱର୍ରେ ଶହ ଶହ ଗାଡି ଅଟକି ରହିଛି । ଓଡ୍ରାଫ୍ ଟିମ ଘଟଣାସ୍ଥଳରେ ପହଂଚି ବୋଟ ସହାୟତାରେ ଲୋକଙ୍କୁ ଉଦ୍ଧାର କରୁଛନ୍ତି । ସେହିପରି ରାସ୍ତା ଉପରେ ଛିଡାହୋଇଥିବା ଏକ ଟ୍ରକକୁ ପବନ ଓଲଟେଇ ଦେଇଥିବା ଦେଖିବାକୁ ମିଳିଛି ।