ବର୍ଷାରେ ବେହାଲ ଗୁଜୁରାଟ : ନବସାରି ଜିଲ୍ଲାରେ ମାଡିଆସିଲା ସମୁଦ୍ର ଜୁଆର,ଜଳବନ୍ଦୀ ଘେରରେ ଅନେକ ଗାଁ

25

କନକ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ଗୁଜୁରାଟ । ନଭସାରୀ ଜିଲ୍ଲାର ବିଭିନ୍ନ ଅଂଚଳରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ଗାଁ ମୁହାଁ ହୋଇଛି । ଗାଁ ଭିତରେ ଜୁଆର ପାଣି ମାଡି ଆସୁଛି । ଯାହାଫଳରେ ଗାଁ ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ଅଧିକ ବର୍ଷା ଯୋଗୁଁ ଭୂସ୍ଖଳନ ମଧ୍ୟ ହୋଇଛି । ଲଗାଣ ବର୍ଷା ହେତୁ ଗୁଜୁରାଟ ବିଶେଷ ଭାବେ ପ୍ରଭାବିତ ହୋଇଛି । ବିିଭନ୍ନ ନଦୀର ଜଳସ୍ତର ବୃଦ୍ଧି ସାଙ୍ଗକୁ ସମୂଦ୍ର ଅଶାନ୍ତ ରହୁଛି । ଯାହାଫଳରେ ନଦୀକୂଳିଆ ଓ ସମୂଦ୍ର ଉପକୂଳବର୍ତ୍ତି ଅଂଚଳର ଲୋକମାନେ ଭୟଭୀତ ହୋଇ ଅଛନ୍ତି । ଗାଁ ଗୁଡିକ ବର୍ଷା ଜଳରେ ବୁଡିରହିଥିବାବେଳେ

ସେପଟେ ହସ୍ପିଟାଲ ଭିତରେ ବର୍ଷା ପାଣି ପଶିବାର ଖବର ଆସିଛି । ବେଡ ଉପରେ ରୋଗୀ ଆଉ ତଳେ ଲହଡି ଭାଙ୍ଗୁଛି ବର୍ଷା ପାଣି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମହରାଷ୍ଟ୍ରର ବାଇ ଗଙ୍ଗାବାଇ ହସ୍ପିଟାଲରେ । ଲଗାଣ ବର୍ଷା ମୁମ୍ବାଇ, ମହରାଷ୍ଟ୍ର ସମେତ ବିଭିନ୍ନ ସ୍ଥାନରେ ସଂଗୀନ ପରିସ୍ଥିତି ସୃଷ୍ଟି କରିଛି । ପୂର୍ବଅପେକ୍ଷା ମୁମ୍ବାଇରେ ବର୍ଷାର ପରିମାଣ କରିଛି । କିନ୍ତୁ ସ୍ଥିତି ପୂର୍ବଭଳି ରହିଛି । ଯାହାର ଉଦାହରଣ ଦେଖିବାକୁ ମିଳିଛି ମହରାଷ୍ଟ୍ରର ଏହି ଘଟଣାରୁ । ହସ୍ପିଟାଲରେ ଜିମରହିଥିବା ବର୍ଷା ପାଣି ଭିତରେ ପଶି ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ଯିବାକୁ ପଡୁଛି । ଯାହାଫଳରେ ସେମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।