ବର୍ଷାରେ ବେହାଲ୍ ଭୁବନେଶ୍ୱର ! ବୁଡିଲା ରେଳ ଲାଇନ୍, ଜଳବନ୍ଦୀ ସ୍ମାର୍ଟସିଟି

18

କନକ ବ୍ୟୁରୋ : ବର୍ଷାରେ ବେହାଲ୍ ରାଜଧାନୀ । ବୁଡିଲା ରେଳ ଲାଇନ୍ । ଓଭରବ୍ରିଜରେ ଲହଡି ଭାଂଗିଲା ଆଂଠୁଏ ଉଚ୍ଚର ପାଣି । ପାଖାପାଖି ୪ ଘଂଟା ହେଲା ରାଜଧାନୀ ଭୁବନେଶ୍ୱରରେ ଜାରି ରହିଛି ବର୍ଷା । ଚାରିଆଡେ ଜମି ରହିଛି ବର୍ଷା ପାଣି । ତଳିଆ ଅଂଚଳରେ ଆଂଠୁଏ ଉଚ୍ଚର ପାଣି ଜମି ରହିଛି । ସ୍ମାର୍ଟ ସିଟିର ଅନେକ ବସ୍ତିରେ ପାଣି ପଶିଛି । ପାଣିରେ ବୁଡି ରହିଛି ଘର ଦ୍ୱାର ।

ରେଳ ଲାଇନରେ ବି ପାଣି ଜମି ରହିଛି । ଟ୍ରାକ୍ ଦେଖାଯାଉନି । ଫଳରେ ଅନେକ ଟ୍ରେନର ଯାତ୍ରା ବିଳମ୍ବିତ ହୋଇଛି । କିଛି ଟ୍ରେନ୍ ବାତିଲ ହେବାର ସୂଚନା ବି ମିଳୁଛି । ସେପଟେ ରାଜଧାନୀର ଓଭରବ୍ରିଜ ଗୁଡିକରେ ଆଂଠୁଏ ଉଚ୍ଚର ପାଣି ଜମି ରହିଛି । ରାସ୍ତାରେ ପାଣିର ସ୍ରୋତ ବୋହି ଚାଲିଛି । ନାଳରେ ପାଣି ଭର୍ତ୍ତି ହୋଇ ରାସ୍ତା ସହ ସମାନ ହୋଇଯାଇଛି । ତେବେ ସନ୍ଧ୍ୟା ପ୍ରାୟ ସାଢେ ୫ ଟାରୁ ଲଗାତର ବର୍ଷା ଜାରି ରହିଛି । ଫଳରେ ଏକପ୍ରକାର ଜଳବନ୍ଦୀ ହୋଇରହିଛି ରାଜଧାନୀର ତଳିଆ ଅଂଚଳ ।