୨୪ ଘଣ୍ଟାରେ ଓଡିଶା ବେହାଲ । ଲଗାଣ ବର୍ଷାରେ ଉବୁଟୁବୁ ରାଜ୍ୟର ବିଭିନ୍ନ ସ୍ଥାନ ।

24

ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ଜାରି ରହିଛି । ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ରାଜ୍ୟର ଅଧିକାଂଶ ଜିଲ୍ଲାରେ ଭୀଷଣ ବର୍ଷା ଜାରି ରହିଛି । ସେହିପରି ଏସଆରସିଙ୍କ ସୁଚନା ଅନୁøାରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଗତ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହୋଇଛି । ବିଶେଷ କରି ୬ଟି ଜିଲ୍ଲାରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ଜାଣନ୍ତୁ କେଉଁଠି, କେତେ ପରିମାଣର ବର୍ଷା ହୋଇଛି ।

• ୧୬ଟି ବ୍ଲକରେ ୨୦୦ ମିମିରୁ ଅଧିକ ବର୍ଷା ହୋଇଛି

• ‘୩୫ଟି ବ୍ଲକରେ ୧୦୦ରୁ ୨୦୦ ମିମି ବର୍ଷା’

• ‘ପୁରୀରେ ସର୍ବାଧିକ ୩୨୨ ମିଲିମିଟର ବର୍ଷା’

• ସବୁ ନଦୀର ଜଳସ୍ତର ବିପଦସଂକେତ ତଳେ ଅଛି

• ‘କଟକ, ଭୁବନେଶ୍ୱର ଓ ପୁରୀରେ ଜଳ ନିଷ୍କାସନ ପ୍ରକ୍ରିୟା ଜାରି’

• ‘ପୁରୀରେ ୧୬ ହଜାର ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ବ୍ୟବସ୍ଥା’

• ଅଗ୍ନିଶମ ବିଭାଗର ୩୧୭ଟି ୟୁନିଟକୁ ସଜାଗ ରହିଛି,

• ଓଡ୍ରାଫର ୨୦ଟି ୟୁନିଟ ଓ ପୁଲିସ ସଜାଗ ଅଛନ୍ତି

ସେପଟେ କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଗଜପତି, ଗଞ୍ଜାମ ସହ ଆହୁରି ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ବର୍ଷାରେ ରାଜଧାନୀ ଭୁବନେଶ୍ୱର ପୁଣି ଥରେ ଉବୁଟୁବୁ ହୋଇଛି । ରସୁଲଗଡ, ବମିଖାଲ, ଲକ୍ଷ୍ମୀସାଗରରେ ଆଣ୍ଠୁଏ ଉଚ୍ଚର ପାଣି ଦେଖିବାକୁ ମିଳିଥିବା ବେଳେ ସକାଳେ ନୟାପଲ୍ଲୀ ଇସ୍କନ୍ ମନ୍ଦିର ସାମନାରେ ଛାତିଏ ଉଚ୍ଚର ପାଣି ଜମିଥିଲା । ସେହିପରି ଜୟଦେବ ବିହାର ଓ ଆଚାର୍ଯ୍ୟବିହାର ଅଂଚଳରେ ମଧ୍ୟ ଅବସ୍ଥା ସଙ୍ଗୀନ ହୋଇପଡିଛି । ତଳିଆ ଅଂଚଳରେ ଘର ଭିତରେ ପାଣି ପଶିଯାଇଛି ।