ୱେଲମାର୍କର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ! ପ୍ରଭାବରେ ଦକ୍ଷିଣ ଓ ଉପକୂଳ ଓଡିଶାରେ ବର୍ଷା

27

କନକ ବ୍ୟୁରୋ: ପ୍ରବଳ ବର୍ଷା ସମ୍ଭାବନା । ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ୱେଲ ମାର୍କ ଲୋପ୍ରେସରର ରୂପ ନେଇଛି । ସମୁଦ୍ର ପତନଠାରୁ ଏହା ୭.୬ କିଲୋମିଟର ଉଚ୍ଚରେ ରହିଛି । ଗୋପାଳପୁରରେ ସକାଳ ୯ଟା ସୁଧା ପୁରୀରେ ୩୧ ଦଶମିକ ୭, ଗୋପାଳପୁର ୨୦ ଦଶମିକ ୬, ଭୁବନେଶ୍ୱର ୧୧, ଚାନ୍ଦବାଲି ୯ ଦଶମିକ ୮ ଓ ବାଲେଶ୍ୱରରେ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛିି ।

ଲଘୁଚାପର ପ୍ରଭାବ ଦକ୍ଷିଣ ଓଡିଶା ସମେତ ଉପକୂଳ ଓଡିଶାରେ ପଡିଛି । ଆଜି ସକାଳୁ ପାଗ କୋହଲିଆ ରହିବା ସାଙ୍ଗ ବର୍ଷା ଜାରି ରହିଛି । ଆଗାମୀ ୨୪ ଘଂଟା ମଧ୍ୟରେ ଗଜପତି, କନ୍ଧମାଳ, ନୟାଗଡ ଓ ରାୟଗଡାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓଡ଼ିଶାରେ ଘଂଟା ପ୍ରତି ୪୫କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ସମୁଦ୍ରକ୍ରୁ ନଯିବାକୁ ମତ୍ସ୍ୟଜୀବୀଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି ।