ପୂଜା ଧୋଇ ଦେବ ବର୍ଷା : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ

31

ଭୁବନେଶ୍ୱର ବ୍ୟୁରୋ : ଫିକା ପଡିପାରେ ପାର୍ବଣ । ପୂଜାକୁ ଧୋଇ ଦେଇପାରେ ଲଘୁଚାପ ବର୍ଷା । ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବବରେ ରାଜ୍ୟରେ ଲାଗି ରହିବ ବର୍ଷା । ଆସନ୍ତା ୧୦ ତାରିଖ ଯାଏଁ ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୯ ଓ ୧୦ରେ ପ୍ରବଳ ବର୍ଷିବ ବୋଲି କହିଛନ୍ତି ପାଣି ପାଗ କେନ୍ଦ୍ରର ନିର୍ଦେଶକ ଶରତ ସାହୁ।

ଏହାସହ ଏହି ସମୟରେ ଉତ୍ତର ଓଡିଶାରେ ଅଧିକ ବର୍ଷାର ସମ୍ଭାବନା ରହିଛି। ତେବେ ଏବେ ସୁଦ୍ଧା ଗୋପଳପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗୋପାଳପୁରରେ ୫୬ ଦଶମିକ ୬ ରେକର୍ଡ କରାଯାଇଥିବା ବେଳେ କେନ୍ଦୁଝରରେ ୩୭, ପାରାଦୀପରେ ୨୧ ଦଶମିକ ୯, କଟକରେ ୨୦ ଓ ଭୁବନେଶ୍ୱରରେ ୪ ଦଶମିକ ୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।