ଭିଜିବ ଓଡିଶା ! ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ

65

କନକ ବ୍ୟୁରୋ : ସାରା ରାଜ୍ୟ ଏବେ ତାତି ଓ ଗୁଳୁଗୁଳିରେ ସନ୍ତୁଳି ହେଉଛି । ଆଭ୍ୟନ୍ତରୀଣ ଓଡିଶାର ବହୁ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ଏହି ସମୟରେ ଆସିଛି ଆଶ୍ୱସ୍ତିର ସୂଚନା । ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏହା ଧିରେ ଧିରେ ଘନୀଭୂତ ହେଉଛି । ଏହା ଫଳରେ ଆସନ୍ତା ୨୮, ୨୯ ଓ ୩୦ରେ ବର୍ଷା ହେବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଲଘୁଚାପ ପ୍ରଭାବରେ ଉପକୂଳ ଓଡିଶାରେ ୩ ଦିନ ଧରି ବର୍ଷା ହୋଇପାରେ । ଅନ୍ୟ ଜିଲ୍ଲାଗୁଡିକରେ ଝିପଝିପ୍ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।