ବର୍ଷାରେ ବେହାଲ ଭୁବନେଶ୍ୱର: ତୁହାକୁ ତୁହା ବର୍ଷାରେ ଜଳବନ୍ଦୀ ହେଲେ ରାଜଧାନୀବାସୀ

29

କନକ ବ୍ୟୁରୋ: ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର । ରାସ୍ତାଘାଟରେ ଜମିଲା ବର୍ଷାପାଣି । ରାଜଧାନୀର ପ୍ରମୁଖ ସ୍ଥାନଗୁଡିକରେ ଏଭଳି ବର୍ଷାପାଣି ଜମି ରହିବା ଫଳରେ ଯାଆସ କରିବା ମୁସ୍କିଲ ହୋଇପଡିଛି । ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟାରୁ ଏଭଳି ତୁହାକୁ ତୁହା ବର୍ଷା ଲାଗିରହିଥିଲା । ତଳିଆ ଅଂଚଳରେ ଘରେ ବର୍ଷାପାଣି ପଶିଯିବାରୁ ଲୋକେ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି ।