ମଝି ରାତିରେ ଘନ କୁହୁଡି ! ଉପକୂଳ ଓ ରାଜଧାନୀରେ ହଠାତ ମାଡିଆସିଲା କୁହୁଡି, ଅସ୍ତରଙ୍ଗରେ ସମୂଦ୍ରକୂଳରୁ ପର୍ଯ୍ୟଟକଙ୍କୁ ହଟାଇଲା ପୁଲିସ

142

କନକ ବ୍ୟୁରୋ : ଅସ୍ତରଙ୍ଗ ଅଂଚଳରେ ଘନ କୁହୁଡିର ଚାଦର କିଛି ଦିନ ହେଲା ଲୋକଙ୍କ ନିଦ ହଜାଇଦେଇଛି । ସମୁଦ୍ରକୂଳରେ ଭିନ୍ନ ପରିସ୍ଥିତି ଦେଖାଦେଇଛି । ହଠାତ ସମୁଦ୍ର ଆଡକୁ ମାଡିଆସିଛି ଘନ କୁହୁଡି । ଗତକାଲି ଦିନ ୧୧ଟାରେ କୁହୁଡି ମାଡିଆସିଥିଲା । ଦିନ ୨ଟା ଯାଏଁ ହୋଇଥିଲା ପ୍ରବଳ ଖରା । ଏହା ପରେ ଦିନ ୨ଟାରେ ସମୁଦ୍ର ମଧ୍ୟରୁ ହଠାତ ମାଡିଆସିଲା ଘନ କୁହୁଡି ।

ପୀର ଜହାଁନଆ ପର୍ଯ୍ୟଟନସ୍ଥଳରେ ପ୍ରାୟ ୫ ହଜାର ପର୍ଯ୍ୟଟକ ବଣଭୋଜିରେ ବ୍ୟସ୍ତ ଥିଲେ । ହଠାତ ଘନକୁହୁଡି ଚାରିଆଡୁ ଘେରିଯାଇଥିଲା । ସମସ୍ତେ ଜାଣିପାରିନଥିଲେ କଣ ହେଉଛି । ବଣଭୋଜି ଛାଡି ସମସ୍ତେ ଛାଡି ଚାଲିଯାଇଥିଲେ । ଆଉ ସମୁଦ୍ରକୂଳକୁ ଖାଲି କରିବା ପାଇଁ ପୋଲିସ ଓ ଲାଇଫଗାର୍ଡ ଲାଗିପଡିଥିଲେ । ଏହା ପରେ ସମଗ୍ର ଅସ୍ତରଙ୍ଗ ଅଂଚଳକୁ କୁହୁଡି ଘେରିଯାଇଥିଲା ।

ସେପଟେ ଭୁବନେଶ୍ୱରରେ ମଧ୍ୟ ସମାନ ଦୃଶ୍ୟ ଦେଖିବା ପାଇଁ ମିଳିଥିଲା । ଗତକାଲି ମଝିରାତିରେ କୁହୁଡି ମାଡିଆସିଥିଲା । ଗତ କିଛି ଦିନ ହେଲା ଭୁବନେଶ୍ୱରେ-କଟକରେ କୁହୁଡି ସାଧାରଣ ଲୋକଙ୍କ ଜୀବନକୁ ବେହାଲ କରିଛି । ଗତ ଏକ ସପ୍ତାହ ହେଲା କୁହୁଡିର ଚାଦର ଏଭଳି ହୋଇଛି ଯେ, ଗାଡି ଚଳାଇବା ବି ସମ୍ଭବ ହେଉନାହିଁ ।