ବଢିବ କୁହୁଡିର ମାତ୍ରା ! ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୨୪ ଘଣ୍ଟାରେ ହେବ ପ୍ରବଳ କୁହୁଡି ।

113

କନକ ବ୍ୟୁରୋ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୁହୁଡିର ମାତ୍ରା ବଢିବ । ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ କୁହୁଡି ହେବା ନେଇ ସମ୍ଭାବନା ରହିଛି । ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କଟକ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର ଓ ଜୟପୁରର କେତେକ ସ୍ଥାନରେ ପ୍ରବଳ କୁହୁଡି ହେବ ବୋଲି ଜଣାପଡିଛି । ପ୍ରବଳ କୁହୁଡିର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ କୁହୁଡିର ମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ଶୀତର ପ୍ରଭାବ କମୁଥିବା ବେଳେ ଦିନରେ ତାପମାତ୍ରା ବୃଦ୍ଧି ପାଇଛି । ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୩୩ ଡିଗ୍ରି ସେଲସିୟସ ଉପରେ ରହିଛି । ରାତିରେ ସାମାନ୍ୟ ଥଣ୍ଡା ଅନୁଭୂତ ହେଉଥିଲେ ମଧ୍ୟ ଆଉ ଅଳ୍ପ ଦିନ ମଧ୍ୟରେ ରାତିରେ ମଧ୍ୟ ତାପମାତ୍ରାର ବୃଦ୍ଧି ଘଟିବ ।