ବାଙ୍କୀ ପାଳପୁଟ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ନଷ୍ଟ । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ

20

କନକ ବ୍ୟୁରୋ : କଟକ ଜିଲ୍ଲା ବାଙ୍କୀ ନିକଟ ବାଉଁଶପୁଟ ପଂଚାୟତର ପାଳପୁଟ ଗାଁରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଲମ୍ବିତ ରାତିରେ ନିଆଁ ଲାଗି ଗାଁର ୧୮ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଥିରେ ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ କରିଥିଲେ ।

ତେବେ ଅଗ୍ନିକାଣ୍ଡର କାରଣ ଜଣା ପଡି ନାହିଁ । ତେବେ କିଏ ଲଗାଇଲା ନିଆଁ ? ନିଆଁ ଲାଗିବାର କାରଣ କ’ଣ ହୋଇପାରେ ? ପୂର୍ବଶତ୍ରୁତା ନା ଆଉ କିଛି?