ଯାଜପୁରରେ ଲୋକସଭା କ୍ଷେତ୍ରରେ ହେବ ଜୋରଦାର ଲଢେଇ । ଶର୍ମିଷ୍ଠା, ମାନସ ଓ ଅମୀୟଙ୍କ ମଧ୍ୟରେ ହେବ କଡା ଟକ୍କର

ରାତି ଅଧରେ ପୁଣି କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା

198

କନକ ବ୍ୟୁରୋ : ରାତି ଅଧରେ ପୁଣି କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା । ମୋଟରେ ୨ ଟି ଲୋକସଭା ଓ ୯ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ମିଳିଥିବା ସୂଚନା ଅନୁସାରେ , ଯାଜପୁର ଲୋକସଭା ଆସନରେ ମଧ୍ୟ ଚଳିତ ଥର ଜୋରଦାର ଲଢେଇ ହେବ । ପ୍ରଥମେ ଯାଜପୁର ଲୋକସଭା ଆସନରେ ବିଜେଡି ପକ୍ଷରୁ ଶର୍ମିଷ୍ଠା ସେଠୀ ଲୋକସଭା ପାଇଁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ପକ୍ଷରୁ ଅମୀୟ ମଲ୍ଲିକଙ୍କୁ ଦଳ ପ୍ରାର୍ଥୀ କରିଛି । ତେବେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଛି । ଗତ ନିର୍ବାଚନରେ ବିଜେଡିର ଗଡ କୁହାଯାଉଥିବା ଯାଜପୁରରେ ମୋଟ ୭ ବିଧାନସଭା ଓ ଲୋକସଭା ବିଜେଡିର ପ୍ରାର୍ଥୀ ବିଜୟ ହୋଇଥିଲେ ।

ତେବେ ଚଳିତ ନିର୍ବାଚନ ପାଇଁ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇସାରିଲେଣି । ଚଳିତ ବର୍ଷ କଂଗ୍ରେସ ମାନସ ଜେନାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ମିଳିଥିବା ସୂଚନା ଅନୁସାରେ ଯାଜପୁରରେ କଂଗ୍ରେସ ପ୍ରାର୍ଥୀ ହୋଇଥିବା ମାନସ ପୂର୍ବରୁ ଯାଜପୁର ଲୋକସଭା ଆସନରେ ନିର୍ବାଚନ ଲଢିନାହାନ୍ତି । ଚଳିତଥର ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ସହ ଦଳୀୟ ଟିକେଟ ଦେଇଛି । ଗତଥର ଜିଲ୍ଲାରେ ଲୋକସଭା କ୍ଷେତ୍ରରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିଲା । ବିଜେଡିର ପ୍ରାର୍ଥୀ ଶ୍ରୀମତି ରୀତା ତରାଇ ମୋଟ ୫,୪୧, ୩୪୯ ଖଣ୍ଡ ଭୋଟ ପାଇଥିବା ବେଳେ ୨,୨୧,୦୭୮ ଖଣ୍ଡ ଭୋଟ ପାଇଥିଲେ । ତେବେ ବିଜେପିର ପ୍ରାର୍ଥୀ ହୋଇଥିବା ଅମୀୟକାନ୍ତ ମଲ୍ଲିକ ୧,୫୦,୭୮୯ ଖଣ୍ଡ ଭୋଟ ପାଇଥିଲେ ।

କିନ୍ତୁ କଂଗ୍ରେସ ଚଳିତ ଥର ପ୍ରାର୍ଥୀ ବଦଳାଇଛି ଓ ମାନସଙ୍କୁ ଟିକେଟ ଦେଇଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ନିର୍ବାଚନ ଚଳିତଥର ହେବାକୁ ଯାଉଛି । ଯାଜପୁରରେ ୪ର୍ଥ ପର୍ଯ୍ୟାୟ ଅର୍ଥାତ୍ ଏପ୍ରିଲ ୨୯ରେ ମତଦାନ ହେବ । କହିବାକୁ ଗଲେ, ଉଭୟ ବିଜେଡି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ବଦଳାଇ ଥିବା ବେଳେ ବିଜେପି ପ୍ରାର୍ଥୀକୁ ଅପରିବର୍ତିତ ରଖିଛି । କିନ୍ତୁ ଚଳିତ ନିର୍ବାଚନରେ ଯାଜପୁରରେ ଶର୍ମିଷ୍ଠା, ମାନସ ଓ ଅମୀୟ ମଲ୍ଲିକଙ୍କ ମଧ୍ୟରେ କଡା ଟକ୍କର ହେବ ।