ଜିଏସଟି ଲାଗୁ ହେବା ପୂର୍ବରୁ କିଣି ନିଅନ୍ତୁ ଏହି ଉପକରଣ ! ୬୦ ପ୍ରତିଶତ ପର୍ଯ୍ୟନ୍ତ ମିଳୁଛି ରିହାତି

38

ଜିଏସଟି କିମ୍ବା ଦ୍ରବ୍ୟ ଓ ସେବା କର ଯେଉଁ ପରିବର୍ତ୍ତନ ନେଇ ଆସୁଛି, ତାହାର ଭରପୁର ଲାଉ ଉଠାଇବାର ଏହା ହେଉଛି ସୁବର୍ଣ୍ଣ ସୁଯୋଗ । ଜିଏସଟି ୧ ଜୁଲାଇରୁ ଲାଗୁ ହେବାକୁ ଯାଉଛି । କମ୍ପାନୀ ଏହାକୁ ନଜରରେ ରଖି ଅଫର ଆରମ୍ଭ କରି ଦେଇଛି । ଏହାସହ ଜିଏସଟି ଲାଗୁ ପୂର୍ବରୁ କମ୍ପାନୀ ଗୁଡିକ ଅନେକ ଉପକରଣ ଉପରେ ଭାରି  ରିହାତିର ଅଫର ମଧ୍ୟ ଆଣୁଛନ୍ତି । ଯଦି ଆଗମୀ ସମୟରେ ଆପଣଙ୍କୁ ଏହି ଉପକରଣର ଦକରାର ଅଛି ତେବେ ଏବେ ହିଁ କିଣି ନିଅନ୍ତୁ । କାରଣ ଏବେ ଅନେକ ଉପକରଣ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ସହ କ୍ୟାସବ୍ୟାକ୍ ମଧ୍ୟ ମିଳୁଛି ।

୧ କୋଟିରେ ୨. ୫ ଲକ୍ଷ ପର୍ଯ୍ୟନ୍ତ ଅଫର –
ଯଦି ଆପଣ କାର୍ କିମ୍ବା ବାଇକ୍ କିଣିବା ପାଇଁ ଚାହୁଁଛନ୍ତି, ତେବେ ଏସବୁ କିଣିବା ପାଇଁ ଏହା ଉତ୍କୃଷ୍ଟ ସମୟ ।ଅଟୋ କମ୍ପାନୀ ଗୁଡିକ ଏବେ ଜୋରସୋରରେ ରିହାତି ଦେଉଛନ୍ତି । ଏହି କମ୍ପାନୀ ଗୁଡିକ ଏହି ସମୟରେ ତିନି ପ୍ରକାରର ଲାଭ ଦେଉଛି । ତାହା ହେଲା କ୍ୟାସ ରହାତି, ଏକ୍ସଚେଞ୍ଜ ବୋନସ୍ ଓ ବେନିଫିଟ୍ ବା ଲାଭ । ମହିନ୍ଦ୍ରା, ନିସାନ, ଫୋର୍ଡ, ହୁଣ୍ଡାଇ ଆଦି ଗାଡ଼ି ଉପରେ ୨୫୦୦୦ ଠାରୁ ଆରମ୍ଭ କରି ୨.୫ ଲକ୍ଷ ପର୍ଯ୍ୟନ୍ତ ଅଫର ମିଳୁଛି । ଏହାସହ ବଜାଜ କମ୍ପାନୀ ମୋଟରସାଇକିଲର ଦାମରେ ୪୫୦୦ ଟଙ୍କା ପର୍ଯ୍ୟନ୍ତ ଡିସକାଉଣ୍ଟ ଦେବା ପାଇଁ ଘୋଷଣା କରିଛି । କିନ୍ତୁ ଏହି ରିହାତି କେବଳ ଏହି ମାସ ପର୍ଯ୍ୟନ୍ତ ସୀମିତ ।

ଏସି, ଫ୍ରିଜ୍ ସହିତ ଅନ୍ୟ ଇଲୋକ୍ରୋନିକ୍ସ ଉପକରଣ ଉପରେ ୫୦ ପ୍ରତିଶତ ରିହାତି-
ଏସି, ଟିଭି, ଫ୍ରିଜ, ୱାସିଙ୍ଗ ମେସିନ କିଣିବା ପାଇଁ ଏହା ଉଚିତ୍ ସମୟ । ସରକାର ୧ ଜୁଲାଇ ଠାରୁ ଦ୍ରବ୍ୟ ଓ ସେବା କର ଲାଗୁ କରିବେ । ଯାହା କାରଣରୁ ଏସି, ଟିିଭି ସହ ଅନ୍ୟାନ୍ୟ ଉପକରଣ ଡିଷ୍ଟ୍ରିବ୍ୟୁଟର ଓ ରିଟେଲର ସବୁ ଷ୍ଟକକୁ ଆଗରୁ ବିକ୍ରି କେରିଦେବା ପାଇଁ ଚାହୁଁଛନ୍ତି । ଏଥିପାଇଁ ସେଲରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଡିସକାଉଣ୍ଟ ଅଫର ଦେଉଛନ୍ତି । କାରଣ ଜିଏସି ଲାଗୁ ହେବା ପରେ ଷ୍ଟକ ବିକ୍ରି ନହେଲ ସେମାନଙ୍କୁ ଇନପୁଟ କ୍ରେଡ଼ିଟରେ ପୁରା ଲାଭ ମଳିବ ନାହିଁ ।

ଇ-କମର୍ସ ଉପରେ ୬୦ ପ୍ରତିଶତ କ୍ୟାସ୍ୱବ୍ୟାକ୍ –
ଇ-କମର୍ସ କମ୍ପାନି ଫ୍ଲିପକାର୍ଟ, ସପକ୍ଲୁଜ ଓ ପେଟିଏମ୍ ଉପରେ ଏବେ ଭାରି ଡିସକାଉଣ୍ଟ ଅଫର ଚାଲିଛି । ପେଟିଏମର ଇ-କମର୍ସ କମ୍ପାନୀ ଜିଏସଟି ଲାଗୁ ହେବା ପୂର୍ବରୁ ସେଲ ଘୋଷଣା କରିଛି । ଏବେ କମ୍ପାନୀ ଫ୍ରି-ଜିଏଲସଟି ସେଲ ଆରମ୍ଭ କରିଛି । ଏହି ସେଲ ଅନୁସାରେ ସେଲଫୋନ, ଫୁଟୱେର, ଲାପଟପ ଅନ୍ୟାନ୍ୟ ଉପକରଣ କିଣିଲେ ୪୦ ପ୍ରତିଶତ କ୍ୟାସବ୍ୟାକ ମଳିବ ।

ପରିଭ୍ରମଣ ଉପରେ ୮ରୁ ୧୦ ପ୍ରତିଶତ ରିହାତି –
ଯଦି ଆପଣ ଜୁଲାଇ ପରେ ଭ୍ରମଣ କରିବାର ଯୋଜନା କରିଛନ୍ତି, ତେବେ ଏବେ ଠାରୁ ବୁକିଂ ଆରମ୍ଭ କରି ଦିଅନ୍ତୁ । ଏଥପାଇଁ ଏବେ କିଛି ଟ୍ରାଭେଲ କମ୍ପାନୀ ଅନେକ ଅଫର ମଧ୍ୟ ଦେଉଛନ୍ତି । ଜିଏସଟି ଲାଗୁ ହେବା ପରେ ୨ ଷ୍ଟାର ରୁ ଆରମ୍ଭ କରି ୫ ଷ୍ଟାର ପର୍ଯ୍ୟନ୍ତ ସ୍ଥାନରେ ରହିବା ମହଙ୍ଗା ହୋଇଯିବ । ମେକ୍ ମାଇ ଟ୍ରିପ୍ , ଇଣ୍ଡିଗୋ ପରି କମ୍ପାନୀ ଗୁଡିକ ଏଥିପାଇଁ ଏବେ ଅଫର ଘୋଷଣା କରିଛନ୍ତି ।